ରିପୋର୍ଟ କାର୍ଡ / ଭୁବନେଶ୍ୱର
ବକ୍ସି ଜଗବନ୍ଧୁ ଖୋର୍ଦ୍ଧା ରାଜାଙ୍କ ସେନାବାହିନୀର ସେନାପତି ଥିଲେ l ୧୮୧୭ ମସିହାରୁ ବକ୍ସି ଜଗବନ୍ଧୁ ବୀର ପାଇକ ମାନଙ୍କୁ ସଂଗଠିତ କରି ଇଁ ରେଜ ମାନଙ୍କ ସହ ସଂଗ୍ରାମ କରି ଦାବି ହାସଲ କରିଥିଲେ ବୋଲି ଥିଙ୍କର୍ଶ୍ କ୍ଳବ୍ ର ୯୫ ତମ ଆଭlଶୀ ଆଲୋଚନାରେ ଡ ନାରାୟଣ ରାଓ ପ୍ରକାଶ କରିଛନ୍ତି l ଡ ଅ ଦୈତ କୁମାର ପାତ୍ର, ଶ୍ରୀ ଶୋଭନ କର,ପ୍ରତାପ ରାଉତ,ନଗେନ ବେଉରା,ପ୍ରଫେସର ରାମ ମାଝୀ, ବିଭୁ ଦତ୍ତ ମହାନ୍ତି, ଡ ପୁଷ୍ପାଞ୍ଜଳି ପରିଡ଼ା ,ପ୍ରକାଶ ଚନ୍ଦ୍ର ନାୟକ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରି ବକ୍ସି ଜଗବନ୍ଧୁଙ୍କ ୧୯୫ ତମ ଶ୍ରାଦ୍ଧ ବାର୍ଷିକ ରେ ଭକ୍ତି ପୁତ୍ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ l ଥିଙ୍କର୍ସ କ୍ଳବ୍ ସଭାପତି ବରଦା ଦାସ କହିଲେ ଭାରତ ର ସ୍ଵାଧୀନତା ସଂଗ୍ରାମରେ ତାଙ୍କର ବଳିଷ୍ଠ ତ୍ୟାଗ,ଅପୂର୍ବ ସାହାସ ଓ ବିରତ୍ଵ ସହ ତାଙ୍କର ଆତ୍ମ ଉତ୍ସର୍ଗ ଓଡ଼ିଶା ଇତିହାସରେ ଏକ ଗୌରବ ପୂର୍ଣ୍ଣ ରକ୍ତ ରଂଜିତ ଅଧ୍ୟାୟ l କଟକ ରେ ଗୃହବନ୍ଦୀ ଥାଇ ସେ ଏଠାରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ ବୋଲି ତାଙ୍କ ସ୍ମୃତି ରେ ବକ୍ସି ବଜାର ନାମିତ କରାଯାଇଛି l






More Stories
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..
ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ…..
ରାଉରକେଲା ବିମାନ ଦୁର୍ଘଟଣା:ଆବଶ୍ୟକ ପଡିଲେ ଏୟାର ଲିଫ୍ଟିଙ୍ଗ…..