Report Card Odisha

| Daily Odia News

ଜୁଏଲ ଓରାମଙ୍କ ଗାଡ଼ି ଧକ୍କାରେ ବାଇକ୍‌ ଆରେହୀଙ୍କ ମୃତ୍ୟୁ…..

ରିପୋର୍ଟ କାର୍ଡ / ଢେଙ୍କାନାଳ

ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମଙ୍କ ଗାଡ଼ି ଧକ୍କାରେ ଜଣେ ବାଇକ୍‌ ଆରେହୀଙ୍କ ମୃତ୍ୟୁ ହୋଇଛି | ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ପୁରୁଣା ରେକୁଳା ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ବ୍ୟକ୍ତି ହେଉଛନ୍ତି ସର୍ବେଶ୍ବର ଚୌଧୁରୀ । ସୂଚନା ଅନୁସାରେ ସାଂସଦ ଜୁଏଲ ଓରାମ ଆଜି ଅପରାହ୍‌ଣରେ ଭୁବନେଶ୍ବରରୁ ସୁନ୍ଦରଗଡ଼ ଅଭିମୁଖେ ନିଜ କାର୍‌ରେ ଯାଉଥିଲେ। ସେ ଢେଙ୍କାନାଳ କାମାକ୍ଷାନଗର ଥାନା ପୁରୁଣା ରେକୁଳା ନିକଟରେ ମଧ୍ୟାହ୍ନରେ ଦୁର୍ଘଟଣା ହୋଇଥିଲା ।

କମଗରାପ।ଟଣା ଗାଁର ସର୍ବେଶ୍ବର ଚୌଧୁରୀ ଘରକୁ ଫେରୁଥିବା ବେଳେ ବିପରୀତ ଦିଗରୁ ଆସୁଥିବା ସାଂସଦଙ୍କ କାର ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । କିନ୍ତୁ ସେହି ସମୟରେ ସାଂସଦଙ୍କ ଗାଡ଼ିର ଚାଳକ ଭାରସାମ୍ୟ ହରାଇଥିଲେ। ଫଳରେ ସର୍ବେଶ୍ବର ଚୈାଧୁରୀ ଗୁରୁତର ହୋଇଥିଲେ। ଏହି ଦୁର୍ଘଟଣା ପରେ ଆହତ ସର୍ବେଶ୍ବରଙ୍କୁ ନିଜେ ସାଂସଦ ଉଦ୍ଧାର କରି ପାଇଲଟିଙ୍ଗ ଗାଡ଼ିରେ କାମାକ୍ଷାନଗର ଉପଖଣ୍ଡ ଡାକ୍ତରଖାନାକୁ ନେଇଥିଲେ । କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଏହି ଦୁର୍ଘଟଣା ପରେ ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖାଦେଇଥିବା ସୂଚନା ମିଳୁଛି |

 

Breaking News