ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନଙ୍କୁ Z+ ସୁରକ୍ଷା ଯୋଗାଇ ଦିଆଯାଇଛି । ଷ୍ଟୁଡେଣ୍ଟ ଫେଡେରେସନ୍ ଅଫ୍ ଇଣ୍ଡିଆ ସହ ବିବାଦ ପରେ ଆଜି ଗୃହମନ୍ତ୍ରଣାଳୟ ରାଜ୍ୟପାଳଙ୍କୁ ସୁରକ୍ଷା Z+ ସୁରକ୍ଷା ଦେଇଛି। କିଛିଦିନ ତଳେ ଶାସକ ସିପିଆଇ(ଏମ୍)ର ଯୁବ ଛାତ୍ର ଦଳ ଷ୍ଟୁଡେଣ୍ଟସ୍ ଫେଡେରେସନ୍ ଅଫ୍ ଇଣ୍ଡିଆ (SFI) ସହ ରାଜ୍ୟପାଳଙ୍କର ପ୍ରବଳ ଯୁକ୍ତିତର୍କ ହୋଇଥିଲା। ରାଜ୍ୟପାଳ ଏକ କାର୍ଯ୍ୟରେ ଯିବା ସମୟରେ ଛାତ୍ର ନେତା ତାଙ୍କୁ କଳା ପତାକା ପ୍ରଦର୍ଶନ କରିବା ସହ ତାଙ୍କ ଗାଡିକୁ ଅଟକାଇ ରାସ୍ତାରୋକ କରିଥିଲେ। ଏଥିରେ ରାଜ୍ୟପାଳ ଆରିଫ ରାଗିଯାଇ ଗାଡିରୁ ଓହ୍ଲାଇ ସେମାନଙ୍କ ସହ ମୁହାଁମୁହିଁ ହୋଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଅଞ୍ଚଳରୁ ବିକ୍ଷୋଭକାରୀଙ୍କୁ ହଟାଇଥିଲା। କିନ୍ତୁ ରାଜ୍ୟପାଳ ଖାନ ଏକ ଦୋକାନରୁ ଚେୟାର ଆଣି ସେହିଠାରେ ହିଁ ବସି ରହିଥିଲେ। ପୋଲିସ ସୁରକ୍ଷା ଯୋଗାଇ ଦେବାରେ ବିଫଳ ହେଉଛି ବୋଲି ରାଜ୍ୟପାଳ ଅଭିଯୋଗ କରିଥିଲେ। ଆନ୍ଦୋଳନକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆନଯିବା ପର୍ଯ୍ୟନ୍ତ ସେ ସେଠାରୁ ହଟିବେ ନାହିଁ ବୋଲି କହିଥିଲେ। ଏହାପରେ ପୋଲିସ ୧୭ ଜଣ ଯୁବ ନେତାଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଥିବାର ଏକ ନକଲ ଦେଖାଇବା ପରେ ସେ ରାସ୍ତାରୁ ହଟିଥିଲେ। କିନ୍ତୁ ପରେ ରାଜ୍ୟପାଳ ଆରିଫଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବାରମ୍ବାର ଏପରି ହେଉଥିବାରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ତାଙ୍କୁ Z+ ସୁରକ୍ଷା ଯୋଗାଇ ଦିଆଯାଇଛି।






More Stories
ଜୀବନ ନେଉଛି SIR…..
ଆସନ୍ତାକାଲି ୧୧ଟା ପର୍ଯ୍ୟନ୍ତ ଗୃହ ମୁଲତବୀ…..
ଖଡଗେ-ନଡ୍ଡା ମୁହାଁମୁହିଁ…..