ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ନକଲି ଜାତି ପ୍ରମାଣପତ୍ର ଦୁର୍ନୀତି ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋର ତଦନ୍ତକୁ ନେଇ କାଲ୍କାଟା ହାଇକୋର୍ଟର ଦୁଇଟି ଖଣ୍ଡପୀଠ ମଧ୍ୟରେ ଏକ ବିରଳ ସଂଘର୍ଷ ଦେଖିବାକୁ ମିଳିଥିବା ବେଳେ ସୁପ୍ରିମ୍କୋର୍ଟ ଶନିବାର ସମସ୍ତ ଶୁଣାଣିକୁ ସୋମବାର ଯାଏ ସ୍ଥଗିତ ରଖିଛନ୍ତି। ସୁପ୍ରିମ୍କୋର୍ଟର ପ୍ରଧାନବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ଖଣ୍ଡପୀଠ ଏକ ସ୍ୱତନ୍ତ୍ର ଶୁଣାଣିରେ କାଲ୍କାଟା ହାଇକୋର୍ଟର ବିଚାରପତି ଅଭିଜିତ ଗଙ୍ଗୋପାଧ୍ୟାୟ ସାଥୀ ବିଚାରପତି ସୌମେନ ସେନଙ୍କ ବିରୋଧରେ ଆଣିଥିବା ଅଭିଯୋଗକୁ ଗ୍ରହଣ କରିବା ସହ ସୋମବାର ଏହା ଉପରେ ବିଚାର କରାଯିବ ବୋଲି କହିଛନ୍ତି।






More Stories
ଆଉ ଭାରୀ କାର୍ଯ୍ୟଭାର ସମ୍ଭାଳି ପାରିବି ନାହିଁ…..
ପ୍ରମାଣ ନୁହେଁ ରାଜସ୍ବ ରେକର୍ଡ……
ବଡ଼ ସୂଚନା ଦେଲା ଭାରତୀୟ ଚିନି ମିଲ୍ ସଂଘ……