ରିପୋର୍ଟ କାର୍ଡ / ଭୁବନେଶ୍ବର
ବିହାର ରାଜନୀତି ଉପରେ ସାରା ଦେଶର ନଜର । ଆଜି ବିହାର ମୁଖ୍ୟମନ୍ତ୍ରୀ ପଦରୁ ନୀତୀଶ କୁମାର ଇସ୍ତଫା ଦେଇସାରିଛନ୍ତି। ଅପରାହ୍ଣ ୫ଟା ସୁଦ୍ଧା ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ତେବେ ବିହାର ରାଜନୀତିରେ ଚାଲିଥିବା ଅଶାନ୍ତି ଭିତରେ ବଜେପି ମଧ୍ୟ ଏକ ଆଶ୍ଚର୍ଯ୍ୟଜନକ ପଦକ୍ଷେପ ନେଇଛି। ଚଳିତ ସିଜନରେ ୨ ଜଣଙ୍କୁ ଉପ ମୁଖ୍ୟମନ୍ତ୍ରୀ କରିବାକୁ ବିଜେପି ପକ୍ଷରୁ ନିଷ୍ପତ୍ତି ହୋଇଛି।
ଗତଥର ବିଜେପି ତାରକେଶ୍ୱର ପ୍ରସାଦ ଏବଂ ପଛୁଆ ଜାତିରୁ ଆସିଥିବା ରେଣୁ ଦେବୀଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବରେ ନିଯୁକ୍ତ କରିଥିବାବେଳେ ଏଥର ଭୁମିହାର ସମ୍ପ୍ରଦାୟରୁ ଆସିଥିବା ବିଜୟ ସିହ୍ନା ଏବଂ ପଛୁଆ ଜାତିର ସମ୍ରାଟ ଚୌଧୁରୀଙ୍କୁ ଉପ-ମୁଖ୍ୟମନ୍ତ୍ରୀ କରିବାକୁ ବିଜେପି ନିଷ୍ପତ୍ତି ନେଇଛି। ସମ୍ରାଟ ଚୌଧୁରୀଙ୍କୁ ବିଜେପି ବିଧାୟକ ଦଳ ନେତା ଭାବେ ନିର୍ବାଚିତ କରାଯାଇଥିବା ବେଳେ ବିଜୟ ସିହ୍ନାଙ୍କୁ ଉପନେତା ଭାବେ ନିର୍ବାଚିତ କରାଯାଇଥିବା ସୂଚନା ମିଳିଛି।






More Stories
ଆଣ୍ଠେଇ ମୁଣ୍ଡିଆ ମାରିଲେ ମୋଦୀ…..
ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଶୁଭେନ୍ଦୁ ଅଧିକାରୀ…..
ରାଜା ସୁବ୍ରମଣି ହେଲେ ନୂଆ ସିଡିଏସ୍…..