ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପ୍ରଭୁ ରାମଙ୍କ ଶାସନ ଆମ ସମ୍ବିଧାନ ନିର୍ମାତାମାନଙ୍କ ପ୍ରେରଣାର ଉତ୍ସ ଥିଲା | ଆଜି ମାସିକ ବେତାର କାର୍ଯ୍ୟକ୍ରମ ‘ମନ୍ କୀ ବାତ୍’ର ୧୦୯ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଏଭଳି ତୀବ୍ର ମାନସମନ୍ଥନ ପରେ ଭାରତର ସମ୍ବିଧାନ ତା’ର ରୂପରେଖ ପାଇଲା, ଯାହାକୁ ଗୋଟାଏ ଜୀବନ୍ତ ଦଲିଲ କୁହାଯାଇ ପାରିବ। ସମ୍ବିଧାନର ତୃତୀୟ ଭାଗର ମୂଳ କପିରେ ଭାରତର ନାଗରିକମାନଙ୍କ ମୌଳିକ ଅଧିକାର ବିଷୟ ବର୍ଣ୍ଣନା କରାଯାଇଛି। ଉଲ୍ଲେଖଯୋଗ୍ୟ, ତୃତୀୟ ଭାଗର ପ୍ରାରମ୍ଭରେ ଭଗବାନ ରାମ, ମାତା ସୀତା ଓ ଲକ୍ଷ୍ମଣଙ୍କ ଚିତ୍ର ଲାଗି ସ୍ଥାନ ଛଡ଼ାଯାଇଥିଲା। ପ୍ରଭୁ ରାମଙ୍କ ଶାସନ ଥିଲା ଆମ ସମ୍ବିଧାନ ନିର୍ମାତାମାନଙ୍କ ଲାଗି ପ୍ରେରଣାର ଉତ୍ସ। ସେହି କାରଣରୁ ଜାନୁଆରି ୨୨ ତାରିଖ ଦିନ ମୁଁ ଅଯୋଧ୍ୟାରେ ‘ଦେବରୁ ଦେଶ’ ବୋଲି କହିବା ବେଳେ ‘ରାମରୁ ରାଷ୍ଟ୍ର’ କହିଥିଲି। ଅଯୋଧ୍ୟାରେ ପ୍ରାଣ ପ୍ରତିଷ୍ଠା ଅବସର ଦେଶର କୋଟି କୋଟି ଜନତାଙ୍କୁ ଗୋଟିଏ ସୂତ୍ରରେ ବାନ୍ଧିଥିବା ପରି ମନେହେଲା। ସମସ୍ତଙ୍କର ଅନୁଭବ ଥିଲା ଏକ, ସମସ୍ତର ଭକ୍ତି ଥିଲା ଏକ। ପ୍ରତ୍ୟେକଙ୍କ ତୁଣ୍ଡରେ ରାମ ନାମ, ପ୍ରତ୍ୟେକଙ୍କ ହୃଦୟରେ ବିରାଜମାନ କରିଥିଲେ ରାମ। ମକର ସଂକ୍ରାନ୍ତିରୁ ଜାନୁଆରି ୨୨ ତାରିଖ ପ୍ରର୍ଯ୍ୟନ୍ତ ପରିଚ୍ଛନ୍ନତା ଅଭିଯାନ ଚଳାଇବା ଲାଗି ମୁଁ ଜନସାଧାରଣଙ୍କୁ ଅନୁରୋଧ କରିଥିଲି। ଲକ୍ଷ ଲକ୍ଷ ଜନତା ଭକ୍ତି ଭାବନା ନେଇ ସେମାନଙ୍କ ଅଞ୍ଚଳରେ ଥିବା ଧର୍ମସ୍ଥଳ ସବୁ ପରିଚ୍ଛନ୍ନ କରିଥିବା ଜାଣି ଆନନ୍ଦ ହେଲି ବୋଲି ପ୍ରଧାନମନ୍ତ୍ରୀ କହିଲେ।






More Stories
ଆସିୟା ଙ୍କୁ ଆଜୀବନ କାରାଦଣ୍ଡାଦେଶ…..
ଲାଲୁଙ୍କ ପିଟିସନ ଖାରଜ…..
ଏଲପିଜି ବୁକିଂ ନିୟମରେ ହୋଇନି ପରିବର୍ତ୍ତନ……