ରିପୋର୍ଟ କାର୍ଡ / ବାଲେଶ୍ବର
ଡ୍ରାଇଭର ବଞ୍ଚାଇଦେଲେ ୫୦ ଜୀବନ । କୋଲକାତାରୁ ବାଲେଶ୍ବର ପଞ୍ଚଲିଙ୍ଗେଶ୍ବରକୁ ଏକ ବସ୍ରେ ପର୍ଯ୍ୟଟକମାନେ ବୁଲିବାକୁ ଆସୁଥିଲେ। ପାଟପୁର ଛକ ନିକଟରେ ଗାଡି ଚଳାଉଥିବାବେଳେ ହିଁ ଡ୍ରାଇଭରଙ୍କର ହାର୍ଟ ଆଟାକ୍ ହୋଇଥିଲା। ସେ ନିଜ ସଙ୍ଗେ ସଙ୍ଗେ ବସକୁ ଛିଡା କରାଇଦେଇଥିଲେ। ଡ୍ରାଇଭରଙ୍କୁ ହାର୍ଟ ଆଟାକ୍ ହୋଇଥିବା ଜାଣି ପର୍ଯ୍ୟଟକମାନେ ଗାଡିରୁ ଓହ୍ଲାଇବା ସହିତ ସ୍ଥାନୀୟ ଲୋକଙ୍କୁ ଡାକିଥିଲେ। ୧୦୮ ଆମ୍ବୁଲାନ୍ସ ଡକାଯାଇ ଡ୍ରାଇଭରଙ୍କୁ ନୀଳଗିରି ମେଡିକାଲକୁ ନିଆଯାଇଥିଲା। ଏବଂ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ବସଟି ଦୁର୍ଘଟଣାରୁ ବର୍ତ୍ତୀଯିବା ସହ ୫୦ରୁ ଅଧିକ ପର୍ଯ୍ୟଟକ ମଧ୍ୟ ସୁରକ୍ଷିତ ଅଛନ୍ତି।






More Stories
ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଶୁଭେନ୍ଦୁ ଅଧିକାରୀ…..
ବିଜୟ ହେବେ ତାମିଲନାଡୁର ମୁଖ୍ୟମନ୍ତ୍ରୀ……
ପଶ୍ଚିମବଙ୍ଗ ଗଲେ ମୁଖ୍ୟମନ୍ତ୍ରୀ…..