ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କେରଳରେ ବିଜେପି ରାଜ୍ୟ ଓବିସି ମୋର୍ଚ୍ଚା ସମ୍ପାଦକଙ୍କୁ ହତ୍ୟା କରିଥିବା ଘଟଣାରେ ୧୫ଜଣ ପିଏଫଆଇ କର୍ମକର୍ତ୍ତା ଦୋଷୀ ସାବ୍ୟସ୍ତ ହୋଇଥିଲେ। ଏହି ୧୫ଜଣଙ୍କୁ ଗତ ଶନିବାର କୋର୍ଟ ମୃତ୍ୟୁ ଦଣ୍ଡାଦେଶର ଶୁଣାଣି କରିଛନ୍ତି। ଏସମସ୍ତ ଦୋଷୀ ନିଷିଦ୍ଧ ସଂଗଠନ ପିଏଫଆଇ ଏବଂ ଏହାର ରାଜନୈତିକ ୱିଙ୍ଗ୍ ଏସଡିପିଆଇର ସଦସ୍ୟ ଥିବା ଜଣାପଡ଼ିଛି। ୨୦୨୧ ଡିସେମ୍ବର ୧୯ ତାରିଖରେ ବିଜେପି ନେତା ରଞ୍ଜିତ ଶ୍ରୀନିବାସଙ୍କୁ ଆଠଜଣ ହତ୍ୟା କରିଥିବା ବେଳେ ଅନ୍ୟ କିଛିଜଣ ଏହି ଅପରାଧିକ ଘଟଣାରେ ସାମିଲ ଥିବା ପୋଲିସ ତଦନ୍ତରୁ ଜଣାପଡ଼ିଥିଲା। ଏହାପରେ ମୋଟ ୧୫ଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା। କୋର୍ଟରେ ହାଜର ହେବାପରେ ବିଚାରାପତି ସମସ୍ତ ସାକ୍ଷୀ ଓ ପ୍ରମାଣକୁ ଦେଖିବା ପରେ ଏହି ହତ୍ୟା ଘଟଣାରେ ୧୫ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଗତଶନିବାର ମାଭେଲିକ୍କର ଜିଲ୍ଲା କୋର୍ଟ ବିଜେପି ନେତା ରଞ୍ଜିତ ଶ୍ରୀନିବାସଙ୍କ ହତ୍ୟା ଘଟଣାର ଶୁଣାଣି କରି ଦୋଷୀ ସାବ୍ୟସ୍ତ ହୋଇଥିବା ୧୫ଜଣ ପିଏଫଆଇ କର୍ମକର୍ତ୍ତାଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ଆଲ୍ଲାପୁଜାଠାରେ ବିଜେପି ନେତା ରଞ୍ଜିତ ଶ୍ରୀନିବାସ ଘରେ ଥିଲେ। ଏହି ସମୟରେ କେହି କିଛି ବୁଝିବା ପୂର୍ବରୁ କିଛିଲୋକ ଶ୍ରୀନିବାସଙ୍କ ଘରେ ପଶି ମାରଣାସ୍ତ୍ରରେ ହାଣି ତାଙ୍କୁ ହତ୍ୟା କରିଥିଲେ। ଏହି ସମୟରେ ତାଙ୍କ ମାଆ ଓ ପତ୍ନୀ ଘରେ ଉପସ୍ଥିତ ଥିଲେ। ମାଆ ଓ ପତ୍ନୀ ଶ୍ରୀନିବାସଙ୍କ ହତ୍ୟାକୁ ଆଖି ସାମ୍ନାରେ ଦେଖି ସ୍ତବ୍ଧ ହୋଇଯାଇଥିଲେ।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..