ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆସନ୍ତାକାଲିଠାରୁ ସଂସଦର ବଜେଟ୍ ଅଧିବେଶନ ଆରମ୍ଭ ହେବ । ଚଳିତ ଅଧିବେଶନ ପୂର୍ବରୁ ସମସ୍ତ ନିଲମ୍ବିତ ସାଂସଦଙ୍କ ନିଲମ୍ବନ ପ୍ରତ୍ୟାହାର କରାଯିବ। ନିଲମ୍ବିତ ସାଂସଦଙ୍କ ନିଲମ୍ବନ ପ୍ରତ୍ୟାହାର ସମ୍ପର୍କରେ ପଚରାଯିବାରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏହି ସୂଚନା ଦେଇଛନ୍ତି। ପ୍ରହ୍ଲାଦ ଯୋଶୀ କହିଛନ୍ତି, ସମସ୍ତ ନିଲମ୍ବନ ପ୍ରତ୍ୟାହାର କରାଯିବ। ମୁଁ ଲୋକସଭା ବାଚସ୍ପତି ଏବଂ ରାଜ୍ୟସଭା ଅଧ୍ୟକ୍ଷଙ୍କ ସହ କଥା ହୋଇଛି, ମୁଁ ସେମାନଙ୍କ ତରଫରୁ ମଧ୍ୟ ଅନୁରୋଧ କରିଛି ବୋଲି ସେ କହିଛନ୍ତି। ତେଣୁ ସମ୍ପୃକ୍ତ କମିଟି ସହ ଆଲୋଚନା କରି ନିଲମ୍ବନ ପ୍ରତ୍ୟାହାର କରି ଗୃହକୁ ଆସିବାର ସୁଯୋଗ ଦେବାକୁ ଉଭୟଙ୍କୁ ଅନୁରୋଧ କରାଯାଇଛି। ଏଥିରେ ଉଭୟ ରାଜି ହୋଇଥିଲେ। ନିଲମ୍ବିତ ସାଂସଦମାନେ ଆସନ୍ତାକାଲିଠାରୁ ଗୃହକୁ ଆସିବେ କି ବୋଲି ପଚରାଯିବାରୁ ସେ କହିଛନ୍ତି, ହଁ। ଲୋକସଭା ନିର୍ବାଚନର କିଛି ମାସ ପୂର୍ବରୁ ଜାନୁଆରୀ ୩୧ତାରିଖରୁ ଆରମ୍ଭ ହେଉଥିବା ସଂସଦର ବଜେଟ୍ ଅଧିବେଶନକୁ ଦୃଷ୍ଟିରେ ରଖି ସରକାର ମଙ୍ଗଳବାର ସର୍ବଦଳୀୟ ବୈଠକ ଡାକିଥିଲେ, ଯେଉଁଥିରେ ବିଭିନ୍ନ ଦଳର ନେତାମାନେ ଯୋଗ ଦେଇଥିଲେ। ଏହି ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏବଂ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଉପସ୍ଥିତ ଥିଲେ।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..