Report Card Odisha

| Daily Odia News

ସିଆରପିଏଫ ଯବାନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜଧାନୀ ଭୁବନେଶ୍ୱରର ଅଶୋକ ନଗରରେ ଥିବା ଏକ ହୋଟେଲରୁ ଜଣେ ସିଆରପିଏଫ ଯବାନଙ୍କ ଝୁଲନ୍ତା ମୃତଦେହ ମିଳିଛି। ମୃତକଙ୍କ ନାଁ ମୀର ସିଂହ ହୋଇଥିବା ବେଳେ ଘର ରାଜସ୍ଥାନର ବୋଲି ଜନପଡିଛି। ସିଆରପିଏଫ ପକ୍ଷରୁ ତାଙ୍କୁ ଝାଡଖଣ୍ଡରେ ମୁତୟନ କରାଯାଇଥିଲା। ମିଳିଥିବା ସୂଚନା ଅନୁସାରେ ସେ ଜାନୁଆରୀ ୨୬ ତାରିଖରେ ଆସି ଏହି ହୋଟେଲରେ ରହିଥିଲେ। କେଉଁ କାରଣରୁ ତାଙ୍କର ମୃତ୍ୟୁ ହୋଇଛି ତାହା ଜଣାପଡି ନାହିଁ। ସେ ଆତ୍ମହତ୍ୟା କରିଛନ୍ତି ନାଁ ତାଙ୍କୁ ହତ୍ୟା କରାଯାଇଛି, ତାହା ଶବ ବ୍ୟବଚ୍ଛେଦ ପରେ ଜଣାପଡ଼ିବ। ଘଟଣା ସମ୍ପର୍କରେ ମୀର ସିଂହଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇଛି। ହୋଟେଲେ କର୍ମଚାରୀଙ୍କ କହିବା ଅନୁଯାୟୀ, ହୋଟେଲରେ ରହୁଥିବା ବେଳେ ମୀର ସିଂହ ଅନେକ ସମୟରେ କାହାସହିତ ଫୋନରେ ଉଚ୍ଚସ୍ୱରରେ କଥା ହେଉଥିଲେ। ଲାଗୁଥିଲା, ଫୋନରେ କାହା ସହିତ ତାଙ୍କର ଝଗଡା ହେଉଥିଲା।

Breaking News