Report Card Odisha

| Daily Odia News

ମୁଁ ବଞ୍ଚିଛିଥିବା ପର୍ଯ୍ୟନ୍ତ ରାଜ୍ୟରେ ସିଏଏ ଲାଗୁ ହେବାକୁ ଦେବିନାହିଁ……

ରିପୋର୍ଟ କାର୍ଡ / କୋଲକାତା

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଲୋକସଭା ନିର୍ବାଚନ ପୂର୍ବରୁ ନାଗରିକତା ସଂଶୋଧନ ଆଇନ ବା ସିଏଏ ପ୍ରସଙ୍ଗ ଉଠାଇଥିବାରୁ ବିଜେପିକୁ କଡ଼ା ସମାଲୋଚନା କରି କହିଛନ୍ତି ଯେ ସେ ତାଙ୍କ ଜୀବନକାଳ ମଧ୍ୟରେ ରାଜ୍ୟରେ ସିଏଏ କୁ କେବେ ବି ଲାଗୁ ହେବାକୁ ଦେବେ ନାହିଁ। ଉତ୍ତର ଦିନାଜପୁର ଜିଲ୍ଲାର ରାଇଗଞ୍ଜ ଠାରେ ଆୟୋଜିତ ଏକ ସାଧାରଣ ବଣ୍ଟନ କାର୍ଯ୍ୟକ୍ରମରେ ଯୋଗଦେଇ ସେ ଅଭିଯୋଗ କରିଛନ୍ତି ଯେ ଆଗାମୀ ନିର୍ବାଚନ ପୂର୍ବରୁ ବିଜେପି ନାଗରିକତା ସଂଶୋଧନ ଆଇନ ବା ସିଏଏ ପ୍ରସଙ୍ଗ ଉଠାଇଛି। ନିର୍ବାଚନ ପାଖେଇ ଆସୁଥିବା ବେଳେ ରାଜନୈତିକ ଫାଇଦା ଉଠାଇବା ପାଇଁ ବିଜେପି ପୁଣି ଥରେ ସିଏଏ ପ୍ରସଙ୍ଗ ଉଠାଇଛି। କିନ୍ତୁ ମୁଁ ଏହା ସ୍ପଷ୍ଟ କରିଦେବାକୁ ଚାହୁଁଛି ଯେ ‘ଯେପର୍ଯ୍ୟନ୍ତ ମୁଁ ବଞ୍ଚିଛି, ମୁଁ ପଶ୍ଚିମବଙ୍ଗରେ ଏହାକୁ କାର୍ଯ୍ୟକାରୀ କରିବାକୁ ଦେବି ନାହିଁ’ ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି। କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ଶାନ୍ତନୁ ଠାକୁର ଏକ ସପ୍ତାହ ମଧ୍ୟରେ ସିଏଏକୁ ସମଗ୍ର ଦେଶରେ ଲାଗୁ କରାଯିବ ବୋଲି ନିକଟରେ ଦେଇଥିବା ବୟାନ ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏପରି ଘୋଷଣା କରିଛନ୍ତି। ରବିବାର ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାର କାକଦ୍ୱୀପରେ ଏକ ସାଧାରଣ ସଭାରେ ଠାକୁରଙ୍କ ବିବାଦୀୟ ଆଇନକୁ କାର୍ଯ୍ୟକାରୀ କରିବା ନେଇ ବୟାନ ଚିନ୍ତା ବଢ଼ାଇଛି। ୨୦୧୯ରେ କେନ୍ଦ୍ରର ବିଜେପି ନେତୃତ୍ୱାଧୀନ ସରକାର ପ୍ରଣୟନ କରିଥିବା ସିଏଏରେ ୨୦୧୪ ଡିସେମ୍ବର ୩୧ ପୂର୍ବରୁ ବାଂଲାଦେଶ, ପାକିସ୍ତାନ ଏବଂ ଆଫଗାନିସ୍ତାନରୁ ଆସିଥିବା ହିନ୍ଦୁ, ଶିଖ, ଜୈନ, ବୌଦ୍ଧ, ପାର୍ସୀ ଏବଂ ଖ୍ରୀଷ୍ଟିଆନଙ୍କ ସମେତ ନର୍ଯାତିତ ଅଣମୁସଲମାନ ପ୍ରବାସୀଙ୍କୁ ଭାରତୀୟ ନାଗରିକତ୍ୱ ପ୍ରଦାନ କରିବାକୁ ଦାବି କରାଯାଇଛି।

 

Breaking News