ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫରେନ୍ସିଂ ଜରିଆରେ ଆଉ ୩ଜିଲାରେ ଲକ୍ଷ୍ମୀ ବସର ଶୁଭାରମ୍ଭ କରିଛନ୍ତି । ଦେବଗଡ, ଢେଙ୍କାନାଳ ଓ ଅନୁଗୋଳ ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ନବୀନ କହିଛନ୍ତି ଲକ୍ଷ୍ମୀ ବସ ଆମ ଜୀବନକୁ ସହଜ କରିଛି । ଗାଁର ଅର୍ଥନୀତିକୁ ମଜବୁତ କରିବାରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଏହି ଯୋଜନା ପ୍ରଥମେ ମାଲକାନଗିରି ଜିଲାରେ ଆରମ୍ଭ ହୋଇଥିଲା । ପର୍ଯ୍ୟାୟକ୍ରମେ ନବରଙ୍ଗପୁର, ରାୟଗଡା, କଳାହାଣ୍ଡି, ଗଜପତି ଓ କୋରାପୁଟ ଜିଲ୍ଲାବାସୀ ମଧ୍ୟ ଏହି ସେବା ପାଇଥିଲେ । ଆଜି ଆଉ ୩ଟି ଜିଲ୍ଲା ସାମିଲ ହୋଇଛନ୍ତି । ୫-ଟି ଉପକ୍ରମରେ ଚାଲିଛି ଲକ୍ଷ୍ମୀ ବସ୍ ସେବା । ଫେବୃଆରୀ ସୁଦ୍ଧା ରାଜ୍ୟର ସବୁ ଜିଲ୍ଲାରେ ଏହି ବସ ଚାଲିବାକୁ ଲକ୍ଷ୍ୟ ରଖାଯାଇଛି । ବୁଧବାର ଶୁଭାରମ୍ଭ ହୋଇଥିବା ବେଳେ ୩ଟି ଜିଲ୍ଲାର ୪୪୦ଟି ପଞ୍ଚାୟତରେ ୧୦୧ଟି ବସ୍ ଚାଲିବ । ମୋଟ ୨୭ ଲକ୍ଷରୁ ଅଧିକ ଲୋକ ଉପକୃତ ହେବେ । ଦେବଗଡର ୬୯ଟି ପଞ୍ଚାୟତରେ ୧୭ଟି ବସ୍ ଚାଲିବା ସହ ଉପକୃତ ହେବେ ୩ ଲକ୍ଷ ଲୋକ । ସେହିପରି ଅନୁଗୋଳର ୧୭୬ଟି ପଞ୍ଚାୟତରେ ୨୯ଟି ବସ୍ ଚାଲିବା ସହ ୧୧ ଲକ୍ଷ ୫୦ ହଜାର ଲୋକ ଉପକୃତ ହେବେ । ଢେଙ୍କାନାଳ ଜିଲ୍ଲାରେ ୧୯୫ଟି ପଞ୍ଚାୟତରେ ୫୫ଟି ବସ୍ ଚାଲିବ । ଏଠାରେ ୧୩ ଲକ୍ଷ ଲୋକ ଉପକୃତ ହେବେ । ଏହି ଯୋଜନାରେ ପଂଚାୟତରୁ ବ୍ଲକକୁ ବସ ଚଳାଚଳର ସୁବିଧା ଯୋଗାଇ ଦିଆଯାଉଛି । ସାରା ରାଜ୍ୟରେ ୧୦୦୦ରୁ ଅଧି କବସ ଚାଲିବ । ଏହା ଦ୍ୱାରା ମିଶନ ଶକ୍ତି ମା ମାନଙ୍କୁ ବସ ପରିଚାଳନା ଦାୟିତ୍ୱ ଦିଆଯାଇଛି ।






More Stories
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..
ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ…..
ରାଉରକେଲା ବିମାନ ଦୁର୍ଘଟଣା:ଆବଶ୍ୟକ ପଡିଲେ ଏୟାର ଲିଫ୍ଟିଙ୍ଗ…..