Report Card Odisha

| Daily Odia News

ମସଜିଦରରେ ପୂଜା କରିପାରିବେ ହିନ୍ଦୁ ପକ୍ଷ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଉତ୍ତର ପ୍ରଦେଶ ବାରାଣସୀରେ ଥିବା ଜ୍ଞାନବ୍ୟାପୀ ମସଜିଦର ବେସ୍‌ମେଣ୍ଟରେ ହିନ୍ଦୁ ପୂଜାର୍ଚ୍ଚନା କରିପାରିବେ | ଏନେଇ ଆଜି ବାରଣାସୀ କୋର୍ଟ ହିନ୍ଦୁ ପକ୍ଷଙ୍କୁ ଅନୁମତି ଦେଇଛନ୍ତି। ପୂର୍ବରୁ ଏଏସ୍‌ଆଇ ସର୍ଭେ ବେଳେ ଉକ୍ତ ବେସମେଣ୍ଟଟି ସିଲ୍‌ ହୋଇ ରହିଥିଲା। ଏବେ ହିନ୍ଦୁ ଗୋଷ୍ଠୀ ସିଲ୍‌ ହୋଇଥିବା ବ୍ୟାସ କା ତେହଖାନାରେ ପୂଜା କରିପାରିବେ। ଆଜି ଶୁଣାଣି ବେଳେ କୋର୍ଟ କହିଛନ୍ତି ଯେ ଜିଲ୍ଲା ପ୍ରଶାସନ ଶ୍ରଦ୍ଧାଳୁଙ୍କ ପୂଜା ପାଇଁ ଆବଶ୍ୟକ ବ୍ୟବସ୍ଥା କରିବେ। ୭ ଦିନ ମଧ୍ୟରେ ବ୍ୟାରିକେଡ ହଟାଇ ପୂଜା ପାଇଁ ବ୍ୟବସ୍ଥା ହେବ। ଏଥିସହ କୋର୍ଟ ଶ୍ରୀ କାଶୀ ବିଶ୍ୱନାଥ ମନ୍ଦିର ଟ୍ରଷ୍ଟକୁ ବେସମେଣ୍ଟରେ ପୂଜାର୍ଚ୍ଚନା କରିବା ପାଇଁ ଜଣେ ପୂଜାରୀଙ୍କୁ ମନୋନୀତ କରିବାକୁ ମଧ୍ୟ କହିଛନ୍ତି। ହିନ୍ଦୁ ପକ୍ଷର ପ୍ରତିନିଧିତ୍ୱ କରୁଥିବା ଆଇନଜୀବୀ ବିଷ୍ଣୁ ଶଙ୍କର ଜୈନ କହିଛନ୍ତି, “ହିନ୍ଦୁ ପକ୍ଷଙ୍କୁ ବ୍ୟାସ କା ତେହଖାନାରେ ପୂଜା ପାଇଁ ଅନୁମତି ମିଳିଛି। ଏଥିପାଇଁ ଜିଲ୍ଲା ପ୍ରଶାସନ ୭ ଦିନ ମଧ୍ୟରେ ବ୍ୟବସ୍ଥା କରିବ। ସେଠାରେ ପୂଜାର୍ଚ୍ଚନା ପାଇଁ ସମସ୍ତଙ୍କର ଅଧିକାର ରହିଛି। ଏହା ଏକ ବଡ଼ ବିଜୟ।”

Breaking News