ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଜେରା ହୋଇଛନ୍ତି | ଆଜି ସେ ଇଡି ବିରୋଧରେ ଏଫଆଇଆର ଦେଇଛନ୍ତି। ଏସ୍ସି/ଏସ୍ଟି ଆକ୍ଟ ଅନୁସାରେ ସେ ମାମଲା ରୁଜୁ କରିବାକୁ କହିଛନ୍ତି। ରାଞ୍ଚିରେ ଥିବା ଏସ୍ସି/ଏସ୍ଟି ପୋଲିସ ଷ୍ଟେସନରେ ସେ ଅଭିଯୋଗ ଦାଖଲ କରିଛନ୍ତି। ସୋମବାର ଦିଲ୍ଲୀ ସ୍ଥିତ ସୋରେନଙ୍କ ବାସଭବନରେ ଇଡି ରେଡ କରିଥିଲା। କେବଳ ଜଣେ ଆଦିବାସୀଙ୍କୁ ହଇରାଣ କରିବା ପାଇଁ ଇଡି ଏପରି ରେଡ କରିଥିବା ହେମନ୍ତ ସୋରେନ ତାଙ୍କ ଅଭିଯୋଗରେ କହିଛନ୍ତି। ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଅନୁସୂଚିତ ଜନଜାତି ସଂପ୍ରଦାୟରୁ ଆସିଛନ୍ତି। ରାଞ୍ଚିର ଏସ୍ପି ଚନ୍ଦନ କୁମାର ସିହ୍ନା କହିଛନ୍ତି, “ଇଡିର କିଛି ବରିଷ୍ଠ ଅଧିକାରୀଙ୍କ ବିରୋଧରେ ଏଫଆଇଆର ହୋଇଛି। ଆମେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆପ୍ଲିକେସନ ପାଇଛୁ।”






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..