Report Card Odisha

| Daily Odia News

ଆଜି ଆଗତ ହେବ ଅନ୍ତରୀଣ ବଜେଟ୍‍…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଜି ସଂସଦରେ ଆଗତ ହେବ ଅନ୍ତରୀଣ ବଜେଟ୍‍। ମୋଦୀ ସରକାରଙ୍କ ଦ୍ୱିତୀୟ ପାଳିରେ ଏହା ହେଉଛି ଶେଷ ବଜେଟ। ଦିନ ୧୧ଟାରେ ଅନ୍ତରୀଣ ବଜେଟ୍‍ ଆଗତ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଆଗକୁ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଅର୍ଥମନ୍ତ୍ରୀ ଏହି ବଜେଟରେ ସବୁବର୍ଗଙ୍କୁ ଖୁସି କରିବା ପାଇଁ ବଡ ଘୋଷଣା କରିବା ଆଶା କରାଯାଉଛି। ଅନ୍ତରୀଣ ବଜେଟ ଆଗତ ହେବାକୁ ଥିବା ବେଳେ ଜୁଲାଇ ମାସରେ ନୂଆ ସରକାର ପୂର୍ଣ୍ଣାଙ୍ଗ ବଜେଟ ଆଗତ କରିବେ। ବଜେଟରେ କୌଣସି ବଡ ଘୋଷଣା ହେବାର ସମ୍ଭାବନା ନଥିବା ଅର୍ଥନୀତିଜ୍ଞ ମାନେ ଆକଳନ କରିଛନ୍ତି। ଏହି ବଜେଟରେ ବିଶେଷ କରି ଦରଦାମ ବୃଦ୍ଧିରେ ହନ୍ତସନ୍ତ ହେଉଥିବା ସାଧାରଣ ଜନତା ଓ ମଧ୍ୟବିତ୍ତଙ୍କୁ କିଛି ଆଶ୍ୱସ୍ତି ଦେଇପାରନ୍ତି କେନ୍ଦ୍ର ସରକାର। ପେଟ୍ରୋଲ, ଡିଜେଲ ଦାମ କମାଇବା ଏବଂ ଆୟକରରେ ରିହାତି ଦେବାର ଆଶା କରାଯାଉଛି। ଚାଷୀଙ୍କ ପାଇଁ ନୂଆ ଯୋଜନା ଘୋଷଣା ହୋଇପାରେ। ଭିତ୍ତିଭୂମିରେ ଅଧିକ ପୁଞ୍ଜି ନିବେଶ ସହ ଏମଏସଏମଇ ଓ ଷ୍ଟାର୍ଟଅପ୍‍ ଜରିଆରେ ଅଧିକ କର୍ମନିଯୁକ୍ତି ସୃଷ୍ଟି ପାଇଁ କିଛଇ ପଦକ୍ଷେପ ନିଆଯିବ ବୋଲି ଆଶା କରାଯାଉଛି। ରେଳ ଯାତାୟାତକୁ ଅଧିକ ସୁଗମ କରିବାକୁ ଅଧିକ ଯାତ୍ରୀବାହୀ ଟ୍ରେନ୍ ପ୍ରଚଳନ ସହ ରେଳପଥର ସୁରକ୍ଷା ଓ ବିଭିନ୍ନ ସ୍ଥାନକୁ ନୂଆ ରେଳଲାଇନ ନେଇ ଘୋଷଣା ହୋଇପାରେ।

Breaking News