ରିପୋର୍ଟ କାର୍ଡ / କଳାହାଣ୍ଡି
କଳାହାଣ୍ଡି ଜିଲ୍ଲା କଂଗ୍ରେସ ଉପସଭାପତି ରବୀନ୍ଦ୍ର ପଟ୍ଟଯୋଷୀ କଂଗ୍ରେସ ଛାଡି ବିଜେପିରେ ଯୋଗଦେଇଛନ୍ତି । ଶ୍ରୀ ପଟ୍ଟଯୋଷୀ ଭୁବନେଶ୍ବରସ୍ଥିତ ରାଜ୍ୟ କାର୍ଯ୍ୟାଳୟରେ ବିଜେପି ଦଳର ସାମିଲ୍ ହୋଇଛନ୍ତି। ଶ୍ରୀ ପଟ୍ଟଯୋଷୀ ୧୯୯୨ରୁ ୧୯୯୫ ମସିହା, ୧୯୯୭ରୁ ୨୦୦୨ ମସିହା ଏବଂ ୨୦୦୨ରୁ ୨୦୦୭ ମସିହା ପର୍ଯ୍ୟନ୍ତ ଲଗାତାର ୩ ଥର ଧର୍ମଗଡ଼ ପଞ୍ଚାୟତ ସମିତି ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ। ୨୦୧୪ ମସିହାରେ ବିଜେପିରୁ ପ୍ରାର୍ଥୀ ହୋଇ ପରାଜିତ ହୋଇଥିଲେ। ୨୦୧୯ ମସିହାରେ ବିଜେପି ଟିକେଟ ନ ମିଳିବାରୁ ସ୍ବାଧୀନ ପ୍ରାର୍ଥୀ ଭାବେ ବିଧାୟକ ନିମନ୍ତେ ଲଢ଼ି ପରାଜିତ ହୋଇଥିଲେ। ପରେ ସେ କଂଗ୍ରେସରେ ଯୋଗ ଦେଇଥିଲେ। ପୁଣିଥରେ ସେ ବିଜେପିକୁ ଫେରିଛନ୍ତି |






More Stories
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..