ରିପୋର୍ଟ କାର୍ଡ / ଭୁବନେଶ୍ୱର
ବରିଷ୍ଠ ଚଳଚ୍ଚିତ୍ର ଅଭିନେତା ସାଧୁ ମେହେରଙ୍କ ପରଲୋକ ହୋଇଯାଇଛି। ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର ଏହି ସୂଚନା ଦେଇଛନ୍ତି। ମୁମ୍ବାଇରେ ସାଧୁ ମେହେରଙ୍କ ପରଲୋକ ହୋଇଛି। ଉଭୟ ହିନ୍ଦୀ ଓ ଓଡ଼ିଆ ସିନେମାରେ ଖ୍ୟାତି ଅର୍ଜନ କରିଥିଲେ ସାଧୁ ମେହେର। ଅଙ୍କୁର, ମୃଗୟା, ଭୁବନ ସୋମ୍ ଓ ମନ୍ଥନରେ ସାଧୁ ମେହେର ନିଖୁଣ ଅଭିନୟ କରିଥିଲେ। ୨୦୧୭ ମସିହାରେ ତାଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..
ସ୍ୱଚ୍ଛ ଓ ସଠିକ୍ ଭୋଟର ତାଲିକା ପାଇଁ ‘SIR’ ଆବଶ୍ୟକ…..