Report Card Odisha

| Daily Odia News

ବିଶିଷ୍ଟ ସାହିତ୍ୟିକ ସାତକଡି ହୋତାଙ୍କ ଅନ୍ତିମ ସଂସ୍କାର ସଂପନ୍ନ……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ପଞ୍ଚଭୂତରେ ଲୀନ ହୋଇଛି ବିଶିଷ୍ଟ ସାହିତ୍ୟିକ ସାତକଡି ହୋତାଙ୍କ ପାର୍ଥିବ ଶରୀର। ପୁରୀ ସ୍ୱର୍ଗଦ୍ୱାରରେ ଶ୍ରୀ ହୋତାଙ୍କର ଅନ୍ତିମ ଅନ୍ତିମ ସଂସ୍କାର ସଂପନ୍ନ କରାଯାଇଛି | ଏହି ସମୟରେ ପୁରୀ ଜିଲ୍ଲାପାଳ ଶେଷ ଦର୍ଶନ କରିଛନ୍ତି। ସୂଚନାଯୋଗ୍ୟ, ଗତକାଲି ସାତକଡ଼ି ହୋତା ୯୫ ବର୍ଷ ବୟସରେ ଇହଲୀଳା ସମ୍ବରଣ କରିଥିଲେ। ସେ ଓଡ଼ିଶା ସାହିତ୍ୟ ଏକାଡେମିର ପୂର୍ବତନ ସଭାପତି ଥିଲେ। ସାତକଡ଼ି ହୋତାଙ୍କ ବହୁ ଗଳ୍ପ, ଉପନ୍ୟାସ, କବିତା ପ୍ରକାଶିତ ହୋଇଛି। ୧୯୮୭ରେ ଉପନ୍ୟାସ ଅଶାନ୍ତ ଅରଣ୍ୟ ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ। ମୁକ୍ତିମନ୍ତ୍ରୀ ଓ ଜନନୀ ଜନ୍ମଭୂମୀ ଗଳ୍ପ ସଙ୍କଳନ ପାଇଁ ୨୦୦୪ରେ ସେ ସମ୍ମାନଜନକ ଶାରଳା ପୁରସ୍କାର ଲାଭ କରିଥିଲେ। ଏହା ବ୍ୟତୀତ ସାହିତ୍ୟ ଭାରତୀ ସମ୍ମାନ ପ୍ରାପ୍ତ କରିଥିଲେ।ଉଲ୍ଲେଖ ଯୋଗ୍ୟ-ରବିବାର ସକାଳେ ସେ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ। ଦିନ ୧୨ଟା ୨୫ ମିନିଟ୍‌ରେ ତାଙ୍କର ଦେହାନ୍ତ ହୋଇଥିଲା। ସାତକଡ଼ି ହୋତାଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିଥିଲେ |

Breaking News