ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବମ୍ବେ ମିଠେଇ ବା ‘କଟନ୍ କ୍ୟାଣ୍ଡି’ ବିକ୍ରି ହେବନାହିଁ | ଏହା ତିଆରି ବେଳେ ଏକ ପ୍ରକାର ବିଷାକ୍ତ ପଦାର୍ଥ ବ୍ୟବହାର କରାଯାଉଥିବାରୁ ପୁଡ୍ଡୁଚେରୀ ସରକାର ଏହାର ବିକ୍ରି ଉପରେ ନିଷେଧାଦେଶ ଜାରିକରିଛନ୍ତି । ଗୁରୁବାର ଦିନ ଜାରି କରିଥିବା ଭିଡିଓରେ ପୁଡ୍ଡୁଚେରୀର ଉପରାଜ୍ୟପାଳ ତାମିଲସାଇ ସୌନ୍ଦରାରାଜନ ଏହି ନିଷେଧାଜ୍ଞା ଘୋଷଣା କରିଥିଲେ। ନିଜ ଅଫିସିଆଲ୍ ଇନ୍ଷ୍ଟାଗ୍ରାମ୍ ପେଜ୍ରେ ଉକ୍ତ ଭିଡିଓ ସେୟାର୍ କରି ଉପରାଜ୍ୟପାଳ ଜନସାଧାରଣଙ୍କୁ ନିବେଦନ କରି କହିଛନ୍ତି, ହାୱା ମିଠେଇରେ ଥିବା ରାସାୟନିକ ପଦାର୍ଥ ସ୍ବାସ୍ଥ୍ୟ ପ୍ରତି ସାମଗ୍ରିକ ଭାବେ କ୍ଷତି କରୁଥିବାରୁ ଏହାକୁ ପିଲାମାନଙ୍କ ପାଇଁ କିଣିବାରୁ ନିବୃତ ରୁହନ୍ତୁ।ଭିଡିଓରେ ତାମିଲସାଇ ସୌନ୍ଦରାରାଜନ କହିଛନ୍ତି ଯେ, ପୁଡ୍ଡୁଚେରୀରେ ପିଲାମାନେ ଓ ଅନ୍ୟ ଲୋକମାନେ ଖାଉଥିବା ହାୱା ମିଠେଇରେ ବିଷାକ୍ତ ଉପାଦନ ‘ରୋଡାମାଇନ୍-ବି’ ଥିବା କଥା ଖାଦ୍ୟ ନିରାପତ୍ତା ଅଧିକାରୀମାନେ ଜାଣି ପାରିଛନ୍ତି।ଉପରାଜ୍ୟପାଳ ଆହୁରି ମଧ୍ୟ କହିଛନ୍ତି ଯେ, ସବୁ ହାୱା ମିଠେଇ ଦୋକାନ ଯାଞ୍ଚ କରିବା ଲାଗି ସରକାରୀ ଅଧିକାରୀମାନଙ୍କୁ ନିର୍ଦେଶ ଦିଆଯାଇଛି। ଯଦି ହାୱା ମିଠେଇରେ ବିଷାକ୍ତ ଉପାଦାନ ଥିବା ଜଣାପଡ଼େ, ତେବେ ଉକ୍ତ ଦୋକାନ ସିଜ୍ କରାଯିବ। ସେହିପରି, ଜନସାଧାରଣଙ୍କୁ ନିବେଦନ ସେମାନେ ପିଲାମାନଙ୍କୁ ରଙ୍ଗ ମିଶ୍ରିତ ଖାଦ୍ୟ ପଦାର୍ଥ ଦିଅନ୍ତୁ ନାହିଁ।






More Stories
ଧର୍ମ ପରିବର୍ତ୍ତନକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ….
ଏପ୍ରିଲ ୯ ସୁଦ୍ଧା ଶେଷ ହେବ ଯୁଦ୍ଧ !…..
ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ…..