Report Card Odisha

| Daily Odia News

ବାଣ ଗୋଦାମରେ ବିସ୍ଫୋରଣ,ଜଣେ ମୃତ, ୧୬ ଆହତ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

କେରଳର ତ୍ରିପୁନିଥୁରାରେ ଥିବା ଏକ ବେଆଇନ୍ ବାଣ ଗୋଦାମରେ ବିସ୍ଫୋରଣ ଘଟିଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୬ ଜଣ ଗୁରୁତର ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ରହିଛି। ଆହତଙ୍କୁ କଲମାସେରୀ ମେଡିକାଲରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରେ ମହିଳା ଏବଂ ଶିଶୁ ଥିବା ଜଣାପଡିଛି। ଅଗ୍ନିଶମ ଅଧିକାରୀଙ୍କ କହିବା ମୂତାବକ ବିସ୍ଫୋରଣଟି ଏତେ ଭୟଙ୍କର ଥିଲା ଯେ, ଆଖପାଖରେ ଥିବା ୨୫ ବଖରା ଘର ଏବଂ କିଛି ଦୋକାନ ଜଳି ପୋଡି ପାଉଁଶ ହୋଇଯାଇଛି। ଏହାବ୍ୟତୀତ ୨ଟି ଗାଡି ମଧ୍ୟ ଜଳିଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ବିସ୍ଫୋରଣର କାରଣ ଜଣାପଡିନି। ବିସ୍ଫୋରଣର ଖବର ପାଇପୋଲିସ , ପ୍ରଶାସନିକ ଅଧିକାରୀ ଏବଂ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୋଲିସ ଆହତମାନଙ୍କୁ ଉଦ୍ଧାରକରୀ ଡାକ୍ତରଖାନାରେ ଭର୍ତ୍ତିକରିଥିଲେ। ସେପଟେ ଦୁର୍ଘଟଣାରେ ଆହତ ହୋଇଥିବା ଲୋକଙ୍କୁ ସ୍ବତନ୍ତ୍ର ଚିକିତ୍ସା ଯୋଗାଇବା ପାଇଁ କେରଳ ସ୍ୱାସ୍ଥ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

Breaking News