ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରାଜସ୍ଥାନ କୋଟାରେ ପୁଣି ଜଣେ ଛାତ୍ର ଆତ୍ମହତ୍ୟା କରିଛନ୍ତି। ଚଳିତ ବର୍ଷର ଏହା ହେଉଛି ଚତୁର୍ଥ ଘଟଣା | ମୃତ ଛାତ୍ରଜଣକ ଦ୍ୱାଦଶରେ ପଢ଼ୁଥିବା ବେଳେ କୋଟାରେ ରହି ଜେଇଇ ପାଇଁ ପ୍ରସ୍ତୁତ ହେଉଥିଲେ। ଆଜି ସକାଳେ ପରିବାର ଲୋକେ ପୁଅ ପାଖକୁ ବାରମ୍ବାର ଫୋନ୍ କରିବା ସତ୍ତ୍ୱେ ସେ ଉଠାଇ ନ ଥିଲା। ଏହାପରେ ସେମାନେ ତୁରନ୍ତ ହଷ୍ଟେଲ ୱାର୍ଡେନଙ୍କ ନିକଟକୁ ଫୋନ୍ କରିଥିଲେ। ୱାର୍ଡେନଜଣକ ତୁରନ୍ତ ଉକ୍ତ ଛାତ୍ରଙ୍କ ରୁମ୍ ନିକଟରେ ପହଞ୍ଚି ଦେଖିଥିଲେ ଛାତ୍ରଜଣକ ଫ୍ୟାନ୍ରେ ଝୁଲି ରହିଥିଲେ। ଏନେଇ ୱାର୍ଡେନ ତୁରନ୍ତ ଛାତ୍ରଙ୍କ ପରିବାର ସମେତ ପୋଲିସ କୁ ଖବର ଦେଇଥିଲେ । ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି। ଜାନୁଆରୀ ୨୯ରେ ଜେଇଇ ପାଇଁ ପ୍ରସ୍ତୁତି କରୁଥିବା ନିହାରିକା ସିଂହ ଜୀବନ ହାରିଥିଲେ। ସେହିପରି ଜାନୁଆରୀ ୨୩ରେ ୧୯ ବର୍ଷୀୟ ମହମ୍ମଦ ଜୈଦଙ୍କ ମୃତଦେହ ତାଙ୍କ ହଷ୍ଟେଲ ରୁମରୁ ମିଳିଥିଲା। ସେ ମେଡିକାଲ ପ୍ରବେଶିକା ପରୀକ୍ଷା ନୀଟ ପାଇଁ ପ୍ରସ୍ତୁତି କରୁଥିଲେ। ଏହାପରେ ଜାନୁୟାରୀ ୩୧ ତାରିଖରେ ବିଟେକ ଶେଷ ବର୍ଷର ଛାତ୍ର ୨୭ ବର୍ଷୀୟ ନୂର ମହମ୍ମଦ କୋଟାରେ ଥିବା ନିଜ ପିଜି ରୁମରେ ସେ ଜୀବନ ହାରିଥିଲେ।






More Stories
ରୁପା ଆମଦାନୀ ଉପରେ କଟକଣା……
ଯିଏ ଚାହିଁବ ଦଳ ଛାଡ଼ି ପାରିବ…..
ରବର୍ଟ ଭଦ୍ରାଙ୍କୁ ଜାମିନ…..