ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କୃଷକଙ୍କ ‘ଦିଲ୍ଲୀ ଚଲୋ’ ଡାକରାକୁ ସମର୍ଥନ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ। କହିଛନ୍ତି ‘ଅନ୍ନଦାତା’ଙ୍କୁ ଗିରଫ କରି ଜେଲ୍ରେ ରଖିବା ଭୁଲ୍। ଏଥିସହ ବାୱନା ଷ୍ଟାଡିୟମକୁ ଅସ୍ଥାୟୀ ଜେଲରେ ପରିଣତ କରିବାକୁ କେନ୍ଦ୍ର ସରକାର ଦେଇଥିବା ପ୍ରସ୍ତାବକୁ କେଜ୍ରିୱାଲ ପ୍ରତ୍ୟାଖ୍ୟାନ କରିଛନ୍ତି। ଫେବ୍ରୁଆରୀ ୧୩ ତାରିଖ ଦିନ କୃଷକଙ୍କ ରାଲି ବେଳେ ଅଟକ ରଖାଯାଇଥିବା ବିକ୍ଷୋଭକାରୀଙ୍କ ପାଇଁ ବାଓ୍ୱନା ଷ୍ଟାଡିୟମ୍କୁ ଅସ୍ଥାୟୀ ଜେଲ୍ରେ ପରିଣତ କରିବା ପାଇଁ କେନ୍ଦ୍ର ସରକାର ଦିଲ୍ଲୀ ସରକାରଙ୍କୁ ଚିଠି ଲେଖି ଜଣାଇଥିଲେ। ତେବେ କେଜ୍ରିଓ୍ୱାଲ କେନ୍ଦ୍ର ସରକାରଙ୍କ ଏହି ପ୍ରସ୍ତାବକୁ ଖାରଜ କରିଦେଇଛନ୍ତି।ଦିଲ୍ଲୀ ସରକାରଙ୍କ ଅନୁଯାୟୀ ଚାଷୀଙ୍କ ଦାବି ଯଥାର୍ଥ ଅଟେ। ଶାନ୍ତିପୂର୍ଣ୍ଣ ଭାବରେ ପ୍ରଦର୍ଶନ କରିବା ସମ୍ବିଧାନର ପ୍ରତ୍ୟେକ ନାଗରିକଙ୍କର ଅଧିକାର। କୃଷକମାନେ ଏହି ଦେଶର ଅନ୍ନଦାତା ଅଟନ୍ତି। ସେମାନଙ୍କୁ ଜେଲରେ ରଖିବା ଠିକ୍ ନୁହେଁ। ଏଭଳି ପରିସ୍ଥିତିରେ ବାୱାନା ଷ୍ଟାଡିୟମକୁ ଜେଲରେ ପରିଣତ କରିବାକୁ ଦିଆଯାଇପାରିବ ନାହିଁ ବୋଲି କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ।






More Stories
ଆଉ ଭାରୀ କାର୍ଯ୍ୟଭାର ସମ୍ଭାଳି ପାରିବି ନାହିଁ…..
ପ୍ରମାଣ ନୁହେଁ ରାଜସ୍ବ ରେକର୍ଡ……
ବଡ଼ ସୂଚନା ଦେଲା ଭାରତୀୟ ଚିନି ମିଲ୍ ସଂଘ……