Report Card Odisha

| Daily Odia News

‘ମମତା’ ସହାୟତା ରାଶି ବୃଦ୍ଧି,…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଗର୍ଭବତୀ ମହିଳାଙ୍କ ପାଇଁ ରାଜ୍ୟ ସରକାରଙ୍କ ଯୋଜନା ‘ମମତା’ର ସହାୟତା ରାଶି ଏଣିକି ୫ହଜାର ବଦଳରେ ୧୦ହଜାର ଟଙ୍କା ମିଳିବ । ୨୦୨୩ ଅଗଷ୍ଟ ମାସରୁ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଏହି ବର୍ଦ୍ଧିତ ରାଶି ପିଛିଲା ଭାବେ ମିଳିବ । ନିର୍ବାଚନକୁ ଆଖିରେ ରଖି ମହିଳା ଭୋଟରଙ୍କୁ ଖୁସି କରିବା ପାଇଁ ସରକାର ମମତା ଯୋଜନାର ସହାୟତା ରାଶି ଦୁଇଗୁଣ ବୃଦ୍ଧି କରିଥିବା ଚର୍ଚ୍ଚା ହେଉଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ, ଏବେ ଗର୍ଭବତୀ ମହିଳାମାନଙ୍କୁ ମମତା ଯୋଜନାରେ ୨ଟି କିସ୍ତିରେ ୫ହଜାର ଟଙ୍କା ଦିଆଯାଉଛି । ମୁଖ୍ୟମନ୍ତ୍ରୀଙ୍କ ନୂଆ ନିଷ୍ପତ୍ତି ଅନୁସାରେ ଗର୍ଭବତୀ ମହିଳାମାନେ ଏଣିକ ପ୍ରଥମ କିସ୍ତିରେ ୬ହଜାର ଟଙ୍କା ଓ ଦ୍ୱିତୀୟ କିସ୍ତିରେ ୪ହଜାର ଟଙ୍କା ଏଭଳି ମୋଟ ୧୦ହଜାର ଟଙ୍କା ସହାୟତା ପାଇବେ । ୨୦୨୩ ଅଗଷ୍ଟ ମାସରୁ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଏହି ବର୍ଦ୍ଧିତ ରାଶି ମିଳିବ । ଚଳିତମାସ ୨୦ରୁ ୨୫ ତାରିଖ ମଧ୍ୟରେ ଏହି ବକେୟା ରାଶି ହିତାଧିକାରୀଙ୍କୁ ମିଳିବ । ସେହିପରି ୧୩ଟି ନିର୍ଦ୍ଦିଷ୍ଟ ଆଦିମ ଜନଜାତି ଗୋଷ୍ଠୀର ମା’ମାନଙ୍କୁ ପ୍ରତ୍ୟେକ ଗର୍ଭନିମନ୍ତେ ମମତା ସହାୟତା ରାଶି ପ୍ରଦାନ କରାଯିବ । ସେମାନଙ୍କ ପାଇଁ ଦୁଇଟି ସନ୍ତାନର ନିୟମକୁ ସରକାର କୋହଳ କରିଥିବା ସୂଚନା ମିଳିଛି ।

Breaking News