ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପଶ୍ଚିମବଙ୍ଗର ସନ୍ଦେଶଖଲିରେ ୧୪୪ ଧାରା ଲାଗୁ କରିଥିବା ଆଦେଶକୁ କଲିକତା ହାଇକୋର୍ଟ ରଦ୍ଦ କରିଛନ୍ତି। ଜଷ୍ଟିସ ଜୟ ସେନଗୁପ୍ତା ତାଙ୍କ ନିର୍ଦ୍ଦେଶରେ ଏହି ଅଞ୍ଚଳରେ ଅଧିକ ସଶସ୍ତ୍ର ପୋଲିସ ଫୋର୍ସ ମୁତୟନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆଇନଜୀବୀ ବିକାଶ ରଞ୍ଜନ ଭଟ୍ଟାଚାର୍ଯ୍ୟ ସିଆରପିସିର ଧାରା ୧୪୪ ଲାଗୁ କରିବା ଏବଂ ସନ୍ଦେଶଖଲିରେ ଇଣ୍ଟରନେଟ୍ ସେବାକୁ ପ୍ରଶାସନ ବନ୍ଦ କରିବା ନେଇ ମାମଲା ଦାୟର କରିଥିଲେ। ଜଷ୍ଟିସ ସେନଗୁପ୍ତା କହିଛନ୍ତି ଯେ ସନ୍ଦେଶଖଲିରେ ମହିଳାଙ୍କ ଉପରେ ଅତ୍ୟାଚାର ସମ୍ପର୍କିତ କୌଣସି ମାମଲାରେ ପୋଲିସ ଗତ ତିନି ବର୍ଷ ଧରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ। ଏଭଳି ସ୍ଥିତିରେ ସୁରକ୍ଷା ଅଭାବରୁ ଅଞ୍ଚଳର ମହିଳାମାନେ ଭୟଭୀତ ହୋଇପଡ଼ିଛନ୍ତି।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..