ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
‘ପାକିସ୍ତାନ ମୁସଲିମ୍ ଲିଗ୍-ନୱାଜ୍’ ଦଳର ଅଧ୍ୟକ୍ଷ ଶେହ୍ବାଜ୍ ଶରିଫ୍ଙ୍କୁ ପାକିସ୍ତାନର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ମନୋନୀତ କରାଯାଇଛି | ଏ ସଂକ୍ରାନ୍ତରେ ‘ଏକ୍ସ୍’ କରି ‘ପାକିସ୍ତାନ ମୁସଲିମ୍ ଲିଗ୍-ନୱାଜ୍’ର ମୁଖପାତ୍ରୀ ମରିୟମ୍ ଔରଙ୍ଗ୍ଜେବ୍ କହିଛନ୍ତି | ୭୪ ବର୍ଷିୟ ‘ପିଏମ୍ଏଲ୍-ଏନ୍’ ମୁଖ୍ୟ ନୱାଜ୍ ଶରିଫ୍ ତାଙ୍କ ୭୨ ବର୍ଷିୟ ସାନଭାଇ ଶେହ୍ବାଜ୍ ଶରିଫ୍ଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଓ ନିଜ ୫୦ ବର୍ଷୀୟା ଝିଅ ମାରିୟମ୍ଙ୍କୁ ପଞ୍ଜାବ ପ୍ରଦେଶର ପ୍ରଧାନମନ୍ତ୍ରୀ ପ୍ରାର୍ଥିନୀ ଭାବେ ମନୋନୀତ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ପରବର୍ତ୍ତୀ ସରକାର ଗଢ଼ିବାକୁ ଯାଉଥିବା ‘ପିଏମ୍ଏଲ୍-ଏନ୍’କୁ ସମର୍ଥନ ଦେଇଥିବା ରାଜନୈତିକ ଦଳଗୁଡ଼ିକୁ ନୱାଜ୍ ଶରିଫ୍ କୃତଜ୍ଞତା ଜ୍ଞାପନ କରିବା ସହିତ ଏଭଳି ନିଷ୍ପତ୍ତିଦ୍ବାରା ପାକିସ୍ତାନ ସଙ୍କଟମୁକ୍ତ ହେବ ବୋଲି ଆଶା ବ୍ୟକ୍ତ କରିଛନ୍ତି। ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ପ୍ରତିଦ୍ବନ୍ଦ୍ବିତାରୁ ‘ପାକିସ୍ତାନ ପିପୁଲ୍ସ୍ ପାର୍ଟି’ର ଅଧ୍ୟକ୍ଷ ବିଲାୱଲ ଭୁଟ୍ଟୋ-ଜର୍ଦାରି ଓହରି ଯିବାର କିଛି ସମୟ ପରେ ଉପରୋକ୍ତ ନିଷ୍ପତ୍ତି ଗ୍ରହଣ କରାଯାଇଛି।
ଫେବ୍ରୁଆରି ୮ ତାରିଖରେ ହୋଇଥିବା ସାଧାରଣ ନିର୍ବାଚନରେ ୩ ପ୍ରମୁଖ ଦଳ ଯଥା:- ‘ପିଏମ୍ଏଲ୍-ଏନ୍’, ‘ପିପିପି’ ଓ ‘ପିଟିଆଇ’ ମଧ୍ୟରୁ କେହି ଜାତୀୟ ବିଧାନସଭା ନିମନ୍ତେ ଆବଶ୍ୟକ ଏକକ ସଂଖ୍ୟା ଗରିଷ୍ଠତା ହାସଲ କରି ନାହାନ୍ତି। ତେଣୁ, ସେମାନଙ୍କ ମଧ୍ୟରୁ କୌଣସି ଦଳ ସରକାର ଗଠନ କରିବାରେ ଅସମର୍ଥ ଥିବାରୁ ପାକିସ୍ତାନରେ ଝୁଲା ସଂସଦ ପରିସ୍ଥିତି ସୃଷ୍ଟି ହୋଇଛି।






More Stories
ରାଜଧାନୀ ଏକ୍ସପ୍ରେସରେ ଭୟଙ୍କର ଅଗ୍ନିକାଣ୍ଡ…..
ଦେଶ ହେବ ନିଶାମୁକ୍ତ…..
ରୁପା ଆମଦାନୀ ଉପରେ କଟକଣା……