ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆମ ଦେଶ ଲାଗି ସେମାନଙ୍କର ଆତ୍ମବଳି ଚିରସ୍ମରଣୀୟ ହୋଇ ରହିବ | ୫ ବର୍ଷ ତଳେ ପୁଲ୍ୱାମା ଆକ୍ରମଣରେ ସହିଦ ହୋଇଥିବା ‘ସିଆର୍ପିଏଫ୍’ ଯବାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଆଜି ଦିନରେ ଫେବ୍ରୁଆରି ୧୪ ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ସଶସ୍ତ୍ର ସେନାଙ୍କୁ ନେଇ ୭୮ଟି ସେନା ଗାଡ଼ି ଯାଉଥିବା ବେଳେ ଆତଙ୍କବାଦୀଙ୍କ ଆତ୍ମଘାତୀ ଆକ୍ରମଣ ଯୋଗୁଁ ‘ସେଣ୍ଟ୍ରାଲ୍ ରିଜର୍ଭ ପୋଲିସ ଫୋର୍ସ’ର ୪୦ଜଣ ଯବାନ ସହିଦ ହୋଇଥିଲେ। ୨୦୧୯ ଫେବ୍ରୁଆରି ୧୪ ତାରିଖ ଦିନ ହୋଇଥିବା ଏହି ଆକ୍ରମଣ ପାଇଁ ମସୁଦ ଆଝାରଙ୍କ ନେତୃତ୍ବାଧୀନ ପାକିସ୍ତାନୀ ଆତଙ୍କବାଦୀ ସଙ୍ଗଠନ ‘ଜୈଶ୍-ଏ-ମହମ୍ମଦ୍’ ନିଜକୁ ଦାୟୀ କରିଥିଲା। ଆଜି ‘ଏକ୍ସ୍’ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ପୁଲୱାମାରେ ସହିଦ ହୋଇଥିବା ସାହସୀ ବୀରମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି। ଆମ ଜାତି ଲାଗି ଏ ସେବା ଓ ଆତ୍ମବଳି ଚିରସ୍ମରଣୀୟ ହୋଇ ରହିଥିବ। ପୁଲ୍ୱାମା ଜିଲ୍ଲାର ଆଦିଲ୍ ଅହମଦ୍ ଦର୍ ନାମରେ ଜଣେ କଶ୍ମୀରୀ ଯୁବକ ଏହି ଆତ୍ମଘାତୀ ବୋମା ବିସ୍ଫୋରଣ କରାଇଥିଲା ବୋଲି ଚିହ୍ନଟ କରାଯାଇଥିଲା । ସେଦିନ ସେନା ଗାଡ଼ିଗୁଡ଼ିକରେ ୨,୫୦୦ ‘ସିଆର୍ପିଏଫ୍’ ଯବାନଙ୍କୁ ଜମ୍ମୁରୁ ଶ୍ରୀନଗର ନିଆଯାଉଥିଲା। ଏହି ସମୟରେ ବିସ୍ଫୋରକ ଭର୍ତ୍ତି ହୋଇଥିବା ଗୋଟାଏ କାର୍ ଯବନମାନଙ୍କୁ ନେଇଯାଉଥିବା ଗୋଟାଏ ବସ୍ ସହିତ ଧକ୍କା ଖାଇଥିଲା। ଏଥିଯୋଗୁଁ ଘଟିଥିବା ବିସ୍ଫୋରଣରେ ୪୦ଜଣ ଯବାନ ସହିଦ ହୋଇଥିଲେ ଓ ଘଟଣାସ୍ଥଳରେ ୭୮ଟି ଗାଡ଼ି ଅଟକି ରହିଥିଲା।






More Stories
କୌଣସି ଲକ୍ଡାଉନ୍ ହେବନି…..
ଶପଥ ନେଲେ ନେପାଳର ନୂଆ ପ୍ରଧାନମନ୍ତ୍ରୀ….
ସିଏମ୍-ପିଏମ୍ ଆଲୋଚନା…..