Report Card Odisha

| Daily Odia News

କୁର୍ତ୍ତା ପାଇଜାମା ପିନ୍ଧିବେ ଭାରତୀୟ ନୌସେନା….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଭାରତୀୟ ନୌସେନାର ଅଫିସର୍ସ ମେସ୍‌ରେ ନୂଆ ଡ୍ରେସ୍‌ କୋଡ୍‌ ଲାଗୁ କରାଯାଇଛି। ଖୁବଶୀଘ୍ର ଭାରତୀୟ ନୌସେନାର କର୍ମଚାରୀମାନେ ମଧ୍ୟ ବେଡ୍‌ରୁମ୍‌ ଓ ଅଫିସର୍ସ ମେସ୍‌(ରେଷ୍ଟୁରାଣ୍ଟ)ରେ ପାରମ୍ପରିକ ପୋଷାକରେ ନଜର ଆସିବେ। ଏଥିପାଇଁ ମଞ୍ଜୁରୀ ମିଳିଛି।ଭାରତୀୟ ସଂସ୍କଢତିକୁ ଧ୍ୟାନରେ ରଖି ଏହି ଡ୍ରେସ୍‌କୁ ନୌସେନାରେ ସାମିଲ କରାଯାଇଛି। ଡ୍ରେସ୍‌ କୋଡ୍‌ରେ କୁର୍ତ୍ତା, ପାଇଜାମା ଓ ଚୁଡିଦାର ତଥା ପ୍ଲାଜୋକୁ ସାମିଲ କରାଯାଇଛି। ଭାରତୀୟ ନୌସେନାର ନାବିକମାନେ ପାରମ୍ପରିକ ଭାରତୀୟ ପୋଷାକ ପିନ୍ଧି ୱାର୍ଡରୁମ ଏବଂ ଅଧିକାରୀଙ୍କ ମେସ (ରେଷ୍ଟୁରାଣ୍ଟ) କୁ ଆସିପାରିବେ। କୁର୍ତ୍ତାର ରଙ୍ଗ ଆକାସିଆ ନୀଳ ଓ ପାଇଜାମା ରଙ୍ଗ ଧଳା ହୋଇଥିବା ବେଳେ ଜ୍ୟାକ୍‌ର ରଙ୍ଗ ନେଭି ବ୍ଲୁ ରହିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସେନାରୁ ଅବସର ନେଇଥିବା ଶୌର୍ଯ୍ୟ ଚକ୍ର ବିଜେତା ବ୍ରିଗେଡିୟର୍‌ ହରଦୀପ ସିଂହ ସୋହି ତାଙ୍କ ଏକ୍ସ ଆକାଉଣ୍ଟରେ ଫଟୋ ପୋଷ୍ଟ କରି ଭାରତୀୟ ନୌସେନାର ନୂତନ ଆଦେଶ ବିଷୟରେ ସୂଚନା ଦେଇଛନ୍ତି। ଫଟୋଟି କୁର୍ତ୍ତା-ପାଇଜାମା ଏବଂ ଜ୍ୟାକେଟର, ଯାହାକୁ ନୌସେନା କର୍ମଚାରୀମାନେ ପିନ୍ଧିବାକୁ ଅନୁମତି ପାଇଛନ୍ତି।

Breaking News