ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କୃଷକମାନଙ୍କର ‘ଦିଲ୍ଲୀ ଚଲୋ’ ଆନ୍ଦୋଳନ ତୃତୀୟ ଦିନରେ ପହଞ୍ଚିଛି। ‘ଦିଲ୍ଲୀ ଚଲୋ’ ପଦଯାତ୍ରା ମଧ୍ୟରେ କେନ୍ଦ୍ର ଓ କୃଷକ ନେତାମାନେ ତୃତୀୟ ପର୍ଯ୍ୟାୟ ଆଲୋଚନା ପାଇଁ ପ୍ରସ୍ତୁତ ହେଉଛନ୍ତି। ଅନ୍ୟପକ୍ଷରେ ହଜାର ହଜାର ଚାଷୀ ସେମାନଙ୍କ ବିରୋଧ ସହ ଆଗକୁ ବଢୁଛନ୍ତି। ଆଜି ସନ୍ଧ୍ୟାରେ ଭିଡିଓ କନଫରେନ୍ସିଂ ଜରିଆରେ କେନ୍ଦ୍ର ମନ୍ତ୍ରୀ ଅର୍ଜୁନ ମୁଣ୍ଡା, ପୀୟୁଷ ଗୋୟଲ ଏବଂ ନିତ୍ୟାନନ୍ଦ ରାୟ ବିରୋଧୀ କୃଷକ ସଂଗଠନର ପ୍ରତିନିଧୀଙ୍କ ସହ ଆଲୋଚନା କରିବାକୁ ଯାଉଛନ୍ତି।ଉଭୟ ପକ୍ଷର ପୂର୍ବ ବୈଠକ ସଫଳ ହୋଇନଥିଲା। ଯାହାଫଳରେ କୃଷକମାନେ ଫେବ୍ରୁଆରି ୧୩ ତାରିଖ ମଙ୍ଗଳବାର ଦିନ ନିଜର ବିରୋଧ ପ୍ରଦର୍ଶନ ଆରମ୍ଭ କରିଥିଲେ। କୃଷକଙ୍କ ଆନ୍ଦୋଳନ ତଥା ସମସ୍ୟାର ସମାଧାନ ପାଇଁ ରାଜନାଥ ସିଂ ଏବଂ ଅର୍ଜୁନ ମୁଣ୍ଡାଙ୍କ ସମେତ ବରିଷ୍ଠ କେନ୍ଦ୍ର ମନ୍ତ୍ରୀମାନେ ବୁଧବାର ଆଲୋଚନା କରିଥିଲେ ମଧ୍ୟ ସବିଶେଷ ତଥ୍ୟ ପ୍ରକାଶ କରାଯାଇନାହିଁ।






More Stories
ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ବାଜିଲା ବିଗୁଲ୍…..
ମମତାଙ୍କୁ ହାଇକୋର୍ଟରୁ ମିଳିଲା ବଡ଼ ଆଶ୍ବସ୍ତି…..
ଇରାନ ଉପରେ ଆକ୍ରମଣ…..