Report Card Odisha

| Daily Odia News

୬୦ବର୍ଷ ବୟସରେ ବିବାହ କରିବାକୁ ଯାଉଛନ୍ତି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିଜ ୬୦ବର୍ଷ ବୟସରେ  ୧୫ବର୍ଷ ସାନ ମହିଳାଙ୍କୁ ବିବାହ କରିବାକୁ ଯାଉଥିବା ଖବର ଚର୍ଚ୍ଚାରେ ରହିଛି। ଗତକାଲି ଅର୍ଥାତ ଫେବ୍ରୁଆରି ୧୪ ତାରିଖ ପ୍ରେମଦିବସ ଦିନ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିଜଙ୍କ ନିର୍ବନ୍ଧ ଶେଷ ହୋଇଛି। ଏହି ଖୁସିଖବରକୁ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ନିଜେ ଗୁରୁବାର ଟୁଇଟ କରି ସମସ୍ତଙ୍କୁ ଜଣାଇଥିଲେ।ଯେଉଁ ମହିଳାଙ୍କ ସହିତ ନିର୍ବନ୍ଧ ସମ୍ପର୍ଣ୍ଣ ହୋଇଛି ଆନ୍ଥୋନୀ ଆଲବାନିଜ ତାଙ୍କୁ ଗତ ୪ବର୍ଷ ଧରି ଡେଟ କରୁଥିବା ଜଣାପଡ଼ିଛି। ୬୦ବର୍ଷୀୟ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ୪୫ବର୍ଷୀୟ ତାଙ୍କ ଭାବି ସ୍ତ୍ରୀ ହେଡନଙ୍କ ସହିତ ଏକ ଫଟୋ ସୋସିଆଲ ମିଡିଆରେ ସେୟାର କରି ଲେଖିଛନ୍ତି, ‘ସେ ହଁ କହି ଦେଲା, ଖୁବଶୀଘ୍ର ମୁଁ ବିବାହ କରିବାକୁ ଯାଉଛି’।ଆଲବାନିଜଙ୍କ ଏହା ଦ୍ବିତୀୟ ବିବାହ ହେବ। ପ୍ରଥମେ ସେ ନ୍ୟୁ ସାଉଥ ୱେଲ୍ସର ପୂର୍ବତନ ଡେପୁଟି ପ୍ରିମିୟର କାର୍ମେଲ ଡେବଟ୍ଟଙ୍କୁ ବିବାହ କରିଥିଲେ। ଏହି ବିବାହ ଦୀର୍ଘ ୧୯ବର୍ଷ ଧରି ଚାଲିବା ପରେ ୨୦୧୯ରେ ଆଲବାନିଜଙ୍କ ବିବାହ ବିଚ୍ଛେଦ ହୋଇଯାଇଥିଲା। ଆଲବାନିଜଙ୍କ ଏକ ୧୯ବର୍ଷର ପୁତ୍ର ସନ୍ତାନ ଅଛନ୍ତି ।

Breaking News