ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜିଠୁ ଆରମ୍ଭ ହେଉଛି ଯୁକ୍ତ ଦୁଇ ପରୀକ୍ଷା। ମାର୍ଚ୍ଚ ୨୦ ଯାଏ ପରୀକ୍ଷା ଚାଲିବ | ଏଥର ୩ ଲକ୍ଷ ୮୬ହଜାର ୨୫୦ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ଆଜି ପ୍ରଥମ ଦିନରେ ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀଙ୍କ ମାତୃଭାଷା ପରୀକ୍ଷା ରହିଛି। ତେବେ ସୋଶାଲ ମିଡିଆରେ କୌଣସି ଭାଇରାଲ ପ୍ରଶ୍ନପତ୍ରକୁ ବିଶ୍ୱାସ ନ କରିବାକୁ ପରାମର୍ଶ ଦେଇଛନ୍ତି CHSE ପରୀକ୍ଷା ନିୟନ୍ତ୍ରକ ଅଶୋକ ନାୟକ। ଆସନ୍ତା ମାର୍ଚ୍ଚ ୨୦ ଯାଏଁ ପରୀକ୍ଷା ଚାଲିବ। ପ୍ରତିଦିନ ଗୋଟିଏ ବିଷୟରେ ହିଁ ପରୀକ୍ଷା ହେବ। ପ୍ରଥମ ୧୦ଟି ବିଷୟ ପରୀକ୍ଷାର ପ୍ରଶ୍ନପତ୍ର ପରୀକ୍ଷା ହବରେ ପହଞ୍ଚି ସାରିଛି। ଏଥର ତ୍ରିସ୍ତରୀୟ ସ୍କ୍ୱାର୍ଡ ବ୍ୟବସ୍ଥା ହୋଇଛି ଏବଂ ପ୍ରଶ୍ନ ପତ୍ର ବିଭ୍ରାଟ ହେବ ନାହିଁ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ପରୀକ୍ଷା ନିୟନ୍ତ୍ରକ। ପରୀକ୍ଷା ସକାଳ ୧୦ଟାରେ ଆରମ୍ଭ ହେବାକୁ ଥିବା ବେଳେ, ୩୦ ମିନିଟ ପୂର୍ବରୁ ସେଣ୍ଟରରେ ଏବଂ ୧୫ ମିନିଟ ପୂର୍ବରୁ ହଲରେ ପହଞ୍ଚିବାକୁ ଛାତ୍ରଛାତ୍ରୀଙ୍କୁ କୁହାଯାଇଛି। ପରୀକ୍ଷା କେନ୍ଦ୍ରରେ ସିସିଟିଭିକୁ ଗୁରୁତ୍ୱ ଦିଆଯାଇଛି ଏବଂ ମାଧ୍ୟମିକ ଶିକ୍ଷା ପରିଷଦରେ ଏହାର ଲାଇଭ ଷ୍ଟ୍ରିମିଙ୍ଗ ବ୍ୟବସ୍ଥା ହୋଇଛି। ପରୀକ୍ଷା ଲାଗି ଭିନ୍ନକ୍ଷମମାନଙ୍କୁ ଅଧିକ ଘଣ୍ଟାଏ ସମୟ ମିଳିବ।






More Stories
୨ରୁ ଯୁକ୍ତ ଦୁଇ ଖାତାଦେଖା…..
୬ରୁ ସକାଳୁଆ କୋର୍ଟ……
ଶ୍ରୀରାମ ନବମୀରେ ଆଇନ ଶୃଙ୍ଖଳା ବଜାୟ ରଖିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ…..