ରିପୋର୍ଟ କାର୍ଡ / ବଲାଙ୍ଗିର
କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ମିଳିଛି ହତ୍ୟା ଧମକ। ୧୫ ଦିନ ମଧ୍ୟରେ ସାଲୁଜାଙ୍କୁ ହତ୍ୟା ନେଇ ପୋଷ୍ଟରରେ ଉଲ୍ଲେଖ ରହିଛି। ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରରେ ବିଧାୟକଙ୍କୁ ହତ୍ୟା ଧମକ ନେଇ ବିଭିନ୍ନ ସ୍ଥାନରେ ପୋଷ୍ଟର ଲାଗିଛି। ହତ୍ୟା ଧମକ ନେଇ କିଏ ବ୍ୟାନର ଲଗାଇଛି ତାହା ଜଣାପଡ଼ିନି। ପୋଷ୍ଟରରେ ଜଣେ ଯୁବକଙ୍କ ଫଟୋ ମଧ୍ୟ ରହିଛି। ସେଥିରେ ଲେଖାଯାଇଛି ‘ସନ୍ତୋଷ ସିଂ ସାଲୁଜାଙ୍କୁ ମୁଁ ୧୫ ଦିନ ଭିତରେ ମାରିଦେବି’। କଣ୍ଟାବାଞ୍ଜି ପୋଲିସ ପୋଷ୍ଟରକୁ ଜବତ କରିବା ସହ ଘଟଣାର ତଦନ୍ତ କରୁଛି। ତେବେ ଯୁବକ ଜଣଙ୍କ କିଏ ତାହା ଜଣାପଡ଼ିନାହିଁ। ଏନେଇ ଘଟଣାକୁ ନେଇ କଣ୍ଟାବାଞ୍ଜି ବିଧାୟକଙ୍କର କୌଣସି ପ୍ରତିକ୍ରିୟା ମିଳିନାହିଁ। ଏହାସହ ପୋଲିସର ମଧ୍ୟ ପ୍ରତିକ୍ରିୟା ମିଳିନାହିଁ। ସୂଚନାଯୋଗ୍ୟ, କିଛି ବର୍ଷ ତଳେ କଣ୍ଟାବାଞ୍ଜି ସହରର ସନ୍ତୋଷ ସିଂ ସାଲୁଜାଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିଲା।






More Stories
୧ରୁ ସୁଭଦ୍ରା ନୂଆ ଆବେଦନ…..
ଦିଲ୍ଲୀ ଗଲେ ମୁଖ୍ୟମନ୍ତ୍ରୀ….
ସରିଲା ଯୁକ୍ତ ୨ ପରୀକ୍ଷା:୪୫ ଦିନ ଭିତରେ ରେଜଲ୍ଟ…..