ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଲାହୋର୍ ଅଣ୍ଡର୍ୱାର୍ଲଡ୍ ଦୁନିଆରେ ସୁପରିଚିତ ନାଁ ତଥା ଏକ ମାଲ୍ ପରିବହନ ନେଟ୍ୱାର୍କର ମାଲିକ ଅମୀର୍ ବଲାଜ ଟିପୁଙ୍କୁ ଗୁଳି ମାରି ହତ୍ୟା କରାଯାଇଥିବା ପ୍ରକାଶ ପାଇଛି । ଘରୋଇ ଟିଭି ଚାନେଲ୍ ରିପୋର୍ଟରୁ ତଥ୍ୟ ସଂଗ୍ରହ କରି ଡନ୍ ଲେଖିଛି, ଲାହୋରର ଚୁଙ୍ଗ୍ ଅଞ୍ଚଳରେ ଏକ ବିବାହ ଅନୁଷ୍ଠାନରେ ଅଜ୍ଞାତ ଆକ୍ରମଣକାରୀମାନେ ଗୁଳିଚଳାଇଥିଲେ। ଅମୀର ବଲାଜ ଟିପୁ ହେଉଛନ୍ତି, ଆରିଫ୍ ଅମୀର ଓରଫ୍ ଟିପୁ ଟ୍ରକ୍ୱାଲାଙ୍କ ପୁଅ। ୨୦୧୦ରେ ଅଲ୍ଲାମା ଇକ୍ବାଲ୍ ଏୟାର୍ପୋର୍ଟରେ ଆରିଫ୍ ମାରାତ୍ମକ ଆକ୍ରମଣର ସରବ୍ୟ ହୋଇ ଆହତ ହୋଇଥିଲେ। ପରେ ପରେ ତାଙ୍କର ମୃତ୍ୟୁ ଘଟିଥିଲା। ବଲାଜଙ୍କ ଜେଜେ ମଧ୍ୟ ଉଗ୍ର ଥିଲେ। ତେଣୁ, ତାଙ୍କ ପରିବାର ଆନୁବଂଶିକ ଭାବେ ହିଂସାକାଣ୍ଡ ଘଟାଇ ଆସୁଛନ୍ତି ବୋଲି ‘ଡନ୍’ ରିପୋର୍ଟ କରିଛି। ପୋଲିସ ରିପୋର୍ଟ କରିଛି, ଆକ୍ରମଣକାରୀମାନେ ବଲାଜ ଓ ଆଉ ୨ଜଣ ଅତିଥିଙ୍କ ଉପରକୁ ଗୁଳି ଚଳାଇ ସେମାନଙ୍କୁ ସାଂଘାତିକ ଆହତ କରିପକାଇଲେ। ଏହା ଦେଖି ବଲାଜଙ୍କ ସହିତ ଯାଇଥିବା ବ୍ୟକ୍ତିଗତ ଅଙ୍ଗରକ୍ଷୀମାନେ ପାଲଟା ଗୁଳି ଚଳାଇବାରୁ ଜଣେ ଆକ୍ରମଣକାରୀଙ୍କର ମୃତ୍ୟୁ ଘଟିଲା। ବଲାଜଙ୍କୁ ବଞ୍ଚାଇ ରଖିବାକୁ ସବୁପ୍ରକାର ଉଦ୍ୟମ କରାଯିବା ସତ୍ତ୍ବେ ଜିନ୍ନା ହସ୍ପିଟାଲ୍ରେ ତାଙ୍କର ମୃତ୍ୟୁ ଘଟିଲା। ଆକ୍ରମଣର କାରଣ ଓ ଆକ୍ରମଣକାରୀଙ୍କୁ ଚିହ୍ନଟ କରିବା ଲାଗି ପୋଲିସ ତଦନ୍ତ ଆରମ୍ଭ କରିଛି। ସଦ୍ୟତମ ସୂଚନା ଅନୁସାରେ, ଏଯାବତ୍ ଏହି ଘଟଣା ନିମନ୍ତେ କାହାକୁ ଗିରଫ କରାଯାଇ ନାହିଁ।






More Stories
ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ…..
ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ ଗିରଫ…..
କୌଣସି ଲକ୍ଡାଉନ୍ ହେବନି…..