ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପୁଣି ଥରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ସମନକୁ ଏଡ଼େଇ ଯାଇଛନ୍ତି। ପୂର୍ବରୁ ୫ ଥର ତାଙ୍କୁ ଇଡି ଡାକିଥିବା ବେଳେ ସେ ଯାଇନଥିଲେ। ଏଥର ଷଷ୍ଠ ଥର ମଧ୍ୟ ସେ ଇଡି ଡାକରା ସତ୍ତ୍ବେ ବି ଜେରା ପାଇଁ ପହଞ୍ଚି ନାହାନ୍ତି। ଏକ ବିବୃତିରେ ଆପ୍ ଦୋହରାଇଛି ଯେ କେଜ୍ରିୱାଲଙ୍କ ନିକଟକୁ ପଠାଯାଇଥିବା ସମନ ବେଆଇନ ଏବଂ ଏହି ମାମଲା ବର୍ତ୍ତମାନ କୋର୍ଟରେ ଅଛି।କେଜ୍ରିୱାଲ୍ଙ୍କ ଦଳ ପକ୍ଷରୁ ଶୁଣିବାକୁ ମିଳିଛି ଯେ “ଇଡି ନିଜେ କୋର୍ଟ ନିକଟକୁ ଯାଇଥିଲେ। ବାରମ୍ବାର ସମନ ପଠାଇବା ପରିବର୍ତ୍ତେ ଇଡି କୋର୍ଟର ନିଷ୍ପତ୍ତିକୁ ଅପେକ୍ଷା କରିବା ଉଚିତ।” ଗତ ଫେବ୍ରୁଆରି ୧୪ ତାରିଖରେ ତଦନ୍ତକାରୀ ସଂସ୍ଥା କେଜ୍ରିୱାଲଙ୍କୁ ଷଷ୍ଠ ସମନ ଜାରି କରି ଫେବ୍ରୁଆରି ୧୯ ତାରିଖରେ ହାଜର ହେବାକୁ କହିଥିଲା। ଆପ୍ ସୁପ୍ରିମୋ ଏପର୍ଯ୍ୟନ୍ତ ସମସ୍ତ ଇଡି ସମନକୁ ଏଡ଼ାଇ ଦେଇଛନ୍ତି। ଇଡିର ସମସ୍ତ ସମନ୍ “ଆଇନଗତ” ଏବଂ “ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ” ବୋଲି ଅଭିଯୋଗ କରିଛନ୍ତି କେଜ୍ରିୱାଲ୍ଙ୍କ ଟିମ୍।






More Stories
ଠିକ୍ ସମୟରେ କାମ ନହେଲେ କାର୍ଯ୍ୟାନୁଷ୍ଠାନ…..
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……