ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପଶ୍ଚିମବଙ୍ଗ ସନ୍ଦେଶଖାଲିରେ ଲାଇଭ୍ ରିପୋର୍ଟିଂ ବେଳେ ସାମ୍ବାଦିକଙ୍କୁ ଉଠାଇ ନେଲା ପୋଲିସ୍ । ଗତ ସନ୍ଧ୍ୟାରେ ସନ୍ଦେଶଖାଲି ରେ ଗ୍ରାଉଣ୍ଡ ଜିରୋ ରିପୋର୍ଟିଂ କରିଥିଲେ ରିପବ୍ଲିକ ବଙ୍ଗଳା ଟିଭିର ସାମ୍ବାଦିକ ସନ୍ତୁ ପନ୍। ସନ୍ଦେଶଖାଲିର ସ୍ଥିତି ସମ୍ପର୍କରେ ଦର୍ଶକଙ୍କୁ ଅବଗତ କରାଉଥିଲେ। ହେଲେ ଏହି ସମୟରେ ପୋଲିସ୍ ଓ ଅନ୍ୟ ଫୋର୍ସ ତାଙ୍କୁ ସେଠାରୁ ଟେକି ନେବା ସହ ତୁରନ୍ତ ଗିରଫ କରିଛନ୍ତି। ସାମ୍ବାଦିକଙ୍କ ଉପରେ ଏପରି ବ୍ୟବହାରକୁ ନେଇ ବିଭିନ୍ନ ମହଳରୁ ନିନ୍ଦା କରାଯାଇଛି। ସେପଟେ ସନ୍ତୁ ପନଙ୍କ ନାଁରେ କିଛି ଅଭିଯୋଗ ରହିଛି ଯାହାକୁ ଆଧାର କରି ତାଙ୍କୁ ଗିରଫ କରାଯାଇଥିବା ପଶ୍ଚିମବଙ୍ଗ ପୋଲିସ୍ କହିଛି।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ଇଣ୍ଡିଆ ବ୍ଲକ ନେତାଙ୍କୁ ସାକ୍ଷାତ କରିବେନି CJI….
୬୦୦ କକ୍ରୋଚ୍ ପାର୍ଟି ସମର୍ଥକ ଅଟକ….