Report Card Odisha

| Daily Odia News

ବାରବାଟୀ ଷ୍ଟାଡିୟମ୍‌ ନବୀକରଣ ପ୍ରକଳ୍ପର ସମୀକ୍ଷା କଲେ ଫାଇଭ୍‌-ଟି ଅଧ୍ୟକ୍ଷ…..

ରିପୋର୍ଟ କାର୍ଡ / କଟକ

ଫାଇଭ୍-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ କଟକ ବାରବାଟୀ ଷ୍ଟାଡିୟମ୍‌ ଯାଇ ଷ୍ଟାଡିୟମ ନବୀକରଣ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ବାରବାଟୀ ୱାଲ୍ଡ କ୍ଲାସ୍ ଷ୍ଟାଡିୟମ୍‌ ହେବାକୁ ଥିବାବେଳେ ଏଥିଲାଗି ପ୍ରାୟ ୭୦୦ରୁ ୮୦୦ କୋଟି ଟଙ୍କା ଖର୍ଚ୍ଚ ହେବ। ବାରବାଟୀର ୩ଟି ଗ୍ୟାଲେରୀକୁ ନୁଆ ରୂପ ଦିଆଯିବା ସହ ସଂଲଗ୍ନ ରାସ୍ତାର ପ୍ରଶସ୍ତିକରଣ କରାଯିବ। ଆସନ୍ତା ସପ୍ତାହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିତ୍ତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି। ଏଥିଲାଗି ବୁଧବାର କଟକ ବାରବାଟୀ ଷ୍ଟାଡିୟମ୍ ଯାଇ ଷ୍ଟାଡିୟମ ନବୀକରଣ ପ୍ରକଳ୍ପ କାର୍ଯ୍ୟ ତଦାରଖ କରିଛନ୍ତି। ପରିଦର୍ଶନ ସମୟରେ ଓସିଏ ସଭାପତି ପ୍ରଣବ ପ୍ରକାଶ ଦାସ ଏବଂ ଓସିଏ ସମ୍ପାଦକ ସଞ୍ଜୟ ବେହେରା ଉପସ୍ଥିତ ଥିଲେ।

Breaking News