Report Card Odisha

| Daily Odia News

ଅଟୋ-ଟ୍ରକ୍‌ ଧକ୍କା,୯ ମୄତ୍ୟୁ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଯାତ୍ରୀବାହୀ ଅଟୋକୁ ଏକ ଟ୍ରକ୍‌ ଧକ୍କା ଦେବାରୁ ୯ ଜଣଙ୍କର ମୄତ୍ୟୁ ହୋଇଛି । ବିହାରର ଲଖିସରାଇ ଜିଲ୍ଲା ରାମଗଡ଼ ଥାନା ଅଧୀନ ଝୁଲୌନ ଗାଁ ନିକଟରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଗୁରୁତର ହୋଇଥିବା ପ୍ରାୟ ୫ ଜଣ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁସାରେ, ଅଟୋରେ ପ୍ରାୟ ୧୪ ଯାତ୍ରୀ ଥିଲେ। ସେମାନେ ଲଖିସରାଇ ଅଭିମୁଖେ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଟ୍ରକ୍‌ଟି ଅଟୋକୁ ପ୍ରବଳ ଜୋରରେ ଧକ୍କା ଦେଇଥିଲା । ଧକ୍କା ଏତେ ଜୋର ଥିଲା ଯେ, ବହୁ ଯାତ୍ରୀ ଟ୍ରକ୍‌ ଚକା ତଳେ ଚାପି ହୋଇ ଯାଇଥିବା ବେଳେ ଆଉ କିଛି ଛିଟିକି ରାସ୍ତା ଉପରେ ପଡ଼ିଥିଲେ। ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ୮ ଜଣଙ୍କ ମୃତ୍ୟୁ ହୋଇ ଯାଇଥିଲା। ଗୁରୁତର ୬ ଜଣଙ୍କୁ ତୁରନ୍ତ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଛି। ତେଣୁ ମୃତ୍ୟୁ ସଂଖ୍ୟା ୯ ରେ ପହଞ୍ଚିଛି। ଅନ୍ୟ ଗୁରୁତରଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବା ଆଶଙ୍କା କରାଯାଉଛି। ପୋଲିସ ଏହି ଘଟଣାର ଯାଞ୍ଚ ଆରମ୍ଭ କରିଛି। ଅଭିଯୁକ୍ତ ଟ୍ରକ୍‌ ଡ୍ରାଇଭରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଥିବା ଜଣାପଡିଛି |

Breaking News