ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଲୋକସଭା ନିର୍ବାଚନ ପୂର୍ବରୁ ଉତ୍ତରପ୍ରଦେଶରେ କଂଗ୍ରେସ ସହ ଗଠବନ୍ଧନ କରିବାକୁ ସମାଜବାଦୀ ପାର୍ଟୀ ରାଜି ହୋଇଛି । ଉତ୍ତରପ୍ରଦେଶରେ କଂଗ୍ରେସ ଏବଂ ସମାଜବାଦୀ ପାର୍ଟି (ଏସପି) ମଧ୍ୟରେ ଆସନ ବାଣ୍ଟିବା ନେଇ ଏବେ ପୁଣିଥରେ ଆଲୋଚନା ଆରମ୍ଭ ହୋଇଥିବା କଥା ସାମ୍ନାକୁ ଆସିଛି। ଏମିତି କି କିଛି ଘଣ୍ଟା ପରେ କଂଗ୍ରେସ ଏବଂ ସମାଜବାଦୀ ପାର୍ଟି ଗଠବନ୍ଧନ କରୁଥିବା ନେଇ ଘୋଷଣା କରିବେ ବୋଲି କୁହାଯାଉଛି। ତେବେ ଅମେଠି ଓ ରାୟ ବରେଲିରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଭାରତ ଯୋଡୋ ନ୍ୟାୟ ଯାତ୍ରା କରୁଥିଲେ ବି ଯାତ୍ରାରେ ସାମିଲ ହୋଇନଥିଲେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ। ଏହି କାରଣରୁ ସମାଜବାଦୀ ପାର୍ଟି, କଂଗ୍ରେସ ସହ ଗଠବନ୍ଧନ କରିବ ନାହିଁ ବୋଲି ଚର୍ଚ୍ଚା ହୋଇଥିଲା। ହେଲେ ଏବେ ଏଭଳି ଚର୍ଚ୍ଚା ଉପରେ ପୂର୍ଣ୍ଣଛେଦ ପକାଇଛନ୍ତି ଅଖିଳେଶ । କଂଗ୍ରେସ ସହ କୌଣସି ସମସ୍ୟା ନାହିଁ। ଖୁବଶୀଘ୍ର ଗଠବନ୍ଧନ ହେବ ବୋଲି କହିଛନ୍ତି ଅଖିଳେଶ। ତେବେ ଗଠବନ୍ଧନ ବିଷୟରେ ଆନୁଷ୍ଠାନିକ ଭାବେ ଘୋଷଣା କରିବାକୁ ଉଭୟ ଦଳର ରାଜ୍ୟ ୟୁନିଟ୍ ଖୁବ୍ ଶୀଘ୍ର ମିଳିତ ସାମ୍ବାଦିକ ସମ୍ମିଳନୀ କରିବେ ବୋଲି ଜଣାଯାଇଛି।






More Stories
୮ ସାଂସଦ ନିଲମ୍ବିତ…..
ଡାଟା ସେୟାରିଂ ନାଁରେ ନାଗରିକଙ୍କ ଗୋପନୀୟତାର…..
ଏନଡିଏ ବୈଠକରେ ମୋଦୀଙ୍କୁ ଭବ୍ୟ ସ୍ୱାଗତ…..