Report Card Odisha

| Daily Odia News

ଭଗବାନ କୃଷ୍ଣ ଗତକାଲି ସୁପ୍ରିମ୍‌ କୋର୍ଟରେ ଉପସ୍ଥିତ ଥିଲେ….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଚଣ୍ଡିଗଡ଼ ମେୟର ନିର୍ବାଚନରେ ସୁପ୍ରିମ୍‌ କୋର୍ଟଙ୍କ ରାୟ ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କୁ ପ୍ରଶଂସା କରିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡ଼ ଏବଂ ଭଗବାନ କୃଷ୍ଣଙ୍କ ସହ ସମାନତା ଦର୍ଶାଇ କେଜ୍ରିଓ୍ଵାଲ କହିଛନ୍ତି, ଗତକାଲି ସୁପ୍ରିମ୍‌ କୋର୍ଟରେ ଯାହା ଘଟିଥିଲା, ଲାଗୁଥିଲା ଯେମିତି ଭଗବାନ କୃଷ୍ଣ ମଧ୍ୟ ଗତକାଲି ସୁପ୍ରିମ୍‌ କୋର୍ଟରେ ଉପସ୍ଥିତ ଥିଲେ। ପ୍ରଧାନ ବିଚାରପତିଙ୍କ ଆସନରେ ଭଗବାନ ଥିଲେ। ଚଣ୍ଡିଗଡ଼ ମେୟର ନିର୍ବାଚନ ଫଳାଫଳକୁ ସୁପ୍ରିମ କୋର୍ଟ ରଦ୍ଦ କରି ଆପ୍‌ ପ୍ରାର୍ଥୀ କୁଲଦୀପ କୁମାରଙ୍କୁ ନିର୍ବାଚନରେ ବିଜୟୀ ଘୋଷଣା କରିଥିଲେ | ଗୋଟିଏ ଦିନ ପରେ କେଜ୍ରିୱାଲ ଏହି ମନ୍ତବ୍ୟ ଦେଇଛନ୍ତି।

Breaking News