ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରାଜ୍ୟରେ ବ୍ୟାନ ହେବ ହୁକା ବାର। ୨୧ ବର୍ଷରୁ କମ ବୟସ୍କଙ୍କୁ କେହି ବି ସିଗାରେଟ କିମ୍ବା କୌଣସି ଗୁଟଖା ବିକ୍ରି କରିପାରିବେ ନାହିଁ। ଉଲ୍ଲଙ୍ଘନକାରୀଙ୍କୁ ଜେଲ ସହ ମିଳିବ ଆର୍ଥିକ ଦଣ୍ଡ। ଏପରି କଡ଼ା ନିୟମ ପ୍ରଣୟନ କରିବାକୁ ଯାଉଛନ୍ତି କର୍ଣ୍ଣାଟକା ସରକାର। ଏହା ସହ ଜଡ଼ିତ ଗୋଟିଏ ବିଲ ଆଜି କର୍ଣ୍ଣାଟକା ବିଧାନସଭାରେ ପାରିତ ହୋଇଛି। ରାଜ୍ୟ ସରକାର ବର୍ତ୍ତମାନ ପ୍ରଚଳିତ ଥିବା Cigarettes and Other Tobacco Products Act (COTPA)ରେ ସଂଶୋଧନ କରିଛନ୍ତି। ଲୋକଙ୍କ ସ୍ୱାସ୍ଥ୍ୟ ଓ ତମ୍ବାକୁ ଦ୍ରବ୍ୟ ଜନିତ ରୋଗକୁ ଦୃଷ୍ଟିରେ ରଖି ସରକାର ବିଲ୍ ଦ୍ୱାରା କଟକଣା ଲଗାଇଛନ୍ତି। ବିଲ୍ରେ କୁହାଯାଇଛି ରାଜ୍ୟରେ ଆଉ କୌଣସି ସ୍ଥାନରେ ହୁକା ବାର୍ ଚାଲି ପାରିବ ନାହିଁ। ଯଦି କେହି ଏହି ନିୟମକୁ ଉଲ୍ଲଙ୍ଘନ କରନ୍ତି, ତା’ହେଲେ ସେମାନଙ୍କୁ ଗୋଟିଏ ବର୍ଷରୁ ୩ ବର୍ଷ ଯାଏ ଜେଲ ଓ ୧ ଲକ୍ଷ ଟଙ୍କା ଯାଏ ଜୋରିମାନା ଦେବାକୁ ପଡ଼ିବ। ଏହାବାଦ ୨୧ ବର୍ଷରୁ କମ ବୟସ୍କ ପିଲାଙ୍କୁ ସିଗାରେଟ ଓ ଅନ୍ୟ ତମ୍ବାକୁ ଜାତୀୟ ଦ୍ରବ୍ୟ ବିକ୍ରି ଉପରେ ମଧ୍ୟ ରୋକ ଲଗାଯାଇଛି। ସଂଶୋଧନ ଦ୍ୱାରା ନିୟମ ପ୍ରଣୟନ କରାଯାଇଛି ଯେ ସର୍ବସାଧାରଣରେ କେହି ତମ୍ବାକୁ ବ୍ୟବହାର କରିପାରିବେ ନାହିଁ। ପରିବେଶକୁ ସ୍ୱଚ୍ଛ ଓ ଧୂଆଁ ମୁକ୍ତ ରଖିବା ପାଇଁ ସରକାର ଏପରି ବ୍ୟବସ୍ଥା କରିଛନ୍ତି।






More Stories
୮ ସାଂସଦ ନିଲମ୍ବିତ…..
ଡାଟା ସେୟାରିଂ ନାଁରେ ନାଗରିକଙ୍କ ଗୋପନୀୟତାର…..
ଏନଡିଏ ବୈଠକରେ ମୋଦୀଙ୍କୁ ଭବ୍ୟ ସ୍ୱାଗତ…..