Report Card Odisha

| Daily Odia News

ମୋତେ ନୋବେଲ୍‌ ମିଳିବା ଉଚିତ…..

ରିପୋର୍ଟ କାର୍ଡ / ନୂଆଦିଲ୍ଳୀ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ସର୍ବଦ‌ା ଚର୍ଚ୍ଚା‌ରେ ରହିଥାନ୍ତି। ନିକଟରେ ତାଙ୍କର ଏକ ବୟାନ ଖୁବ୍‌ ଜୋର୍‌ରେ ଭାଇରାଲ୍‌ ହେଉଛି। ଅନେକ ଜଟିଳ ପରିସ୍ଥିତି ସତ୍ତ୍ବେ ସେ ଯେଉଁଭଳି ଭାବେ ଦିଲ୍ଲୀକୁ ଚଳାଇଛନ୍ତି ସେଥିପାଇଁ ତାଙ୍କୁ ନୋବେଲ୍‌ ପୁରସ୍କାର ମିଳିବା ଉଚିତ ବୋଲି କହିଛନ୍ତି | ତାଙ୍କର ଏପରି ମନ୍ତବ୍ୟ ପାଇଁ ଏବେ ତାଙ୍କୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି। ଏକ ସାଧାରଣ ସମାବେଶରେ ଯୋଗ ଦେଇ କେନ୍ଦ୍ର ସରକାର ଏବଂ ଦିଲ୍ଲୀର ଉପରାଜ୍ୟପାଳଙ୍କ ବିରୋଧରେ ବର୍ଷିବା ସହ ଏମିତି କହିଛନ୍ତି କେଜ୍ରିୱାଲ। ତାଙ୍କୁ ଓ ଦିଲ୍ଲୀବାସୀଙ୍କୁ ବିଜେପି ହଇରାଣ କରୁଥିବା ସେ ଅଭିଯୋଗ କରିଛନ୍ତି। ଯେଉଁଭଳି ଭାବେ ତାଙ୍କୁ ହଇରାଣ କରାଯାଉଛି ଆଉ ସେ ସରକାର ଚଳାଉଛନ୍ତି ଏଥିପାଇଁ ତାଙ୍କୁ ନୋବେଲ ପୁରସ୍କାର ପ୍ରଦାନ କରିବା ଦରକାର ବୋଲି କେଜ୍ରିୱାଲ କହିଛନ୍ତି। ସେ ଆହୁରି ବି କହିଛନ୍ତି ଯେ ବିଭିନ୍ନ ପ୍ରକାରର ଅସୁବିଧା ସତ୍ତ୍ବେ ସେ କିପରି ଭାବେ ଦିଲ୍ଲୀରେ ସରକାର ଚଳାଇଛନ୍ତି ତାହା କେବଳ ତାଙ୍କୁ ହିଁ ଜଣା। ବାରମ୍ବାର ହଇରାଣ କଲେ ମଧ୍ୟ ଦିଲ୍ଲୀବାସୀଙ୍କ ସେବା କରିବେ ବୋଲି ସେ ତାଙ୍କ ଭାଷଣରେ କହିଛନ୍ତି। ଆଗାମୀ ଲୋକସଭା ନିର୍ବାଚନରେ ଦିଲ୍ଲୀବାସୀଙ୍କୁ ୭ରୁ ୭ ସାଂସଦ ଆସନରେ ଆପ-କଂଗ୍ରେସ ପ୍ରାର୍ଥୀଙ୍କୁ ଭୋଟ୍ ଦେବାକୁ ଅପିଲ କରିଛନ୍ତି ଅରବିନ୍ଦ କେଜ୍ରିୱାଲ। ଅନ୍ୟପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ମଧ୍ୟ ଇଡିରେ ହାଜର ହୋଇନାହାନ୍ତି । ଇଡି ସପ୍ତମ ଥର ପାଇଁ ସମନ କରି ହାଜର ହେବାକୁ କହିଥିଲା । କୋର୍ଟଙ୍କ ରାୟ ପରେ ହାଜର ହେବା ବାବଦରେ ନିଷ୍ପତି ନିଆଯିବ ବୋଲି ଆପ୍ ପକ୍ଷରୁ କୁହାଯାଇଛି ।

Breaking News