Report Card Odisha

| Daily Odia News

ବଦଳିଲେ ୨୨ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ନିର୍ବାଚନ ପୂର୍ବରୁ ଅଫିସରଙ୍କ ବଦଳି ନିୟମକୁ କଡ଼ାକଡ଼ି ପାଳନ ନିମନ୍ତେ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶରଦେଇଥିଲେ| ହେଲେ ରାଜ୍ୟ ସରକାର ୨୨ଜଣ ପୌର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବଦଳି କରିଛନ୍ତି । କୌଣସି ଅଫିସର ଅବା କର୍ମଚାରୀ ନିଜ ସଂସଦୀୟ କ୍ଷେତ୍ରରେ କାର୍ଯ୍ୟ ପାରିବେ ନାହିଁ ବୋଲି ଗତ ୨୪ତାରିଖରେ ନିର୍ବାଚନ କମିଶନ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଭୁବନେଶ୍ୱର ଓ କଟକ ମହାନଗର ନିଗମର ୭ଜଣ ଅଫିସରଙ୍କ ସମେତ ବିଭିନ୍ନ ପୌର ପରିଷଦ ଓ ବିଜ୍ଞାପିତ ପରିଷଦ ଅଂଚଳର ମୋଟ୍ ୨୨ଜଣ କାର୍ଯ୍ୟନିର୍ବାହୀ ଅଫିସରଙ୍କୁ ବଦଳି କରାଯାଇଛି । ଭୁବନେଶ୍ୱର ମହାନଗର ନିଗମର ଅତିରିକ୍ତ କମିଶନର ବରିଷ୍ଠ ଓଏଏସ୍ ପ୍ରଫୁଲ୍ଲ କୁମାର ସ୍ୱାଇଁ , ଲ୍ୟାଣ୍ଡ ଅଫିସର ଓଏଏସ୍ ଅରୁଣ କୁମାର ନାୟକ, ଓଏଏସ୍ ଅଫିସର ମୃତ୍ୟୁଞ୍ଜୟ ତ୍ରିପାଠୀଙ୍କ ସମେତ ଭୁବନେଶ୍ୱର ଉନ୍ନୟନ ପ୍ରାଧିକରଣର ସଚିବ ବରିଷ୍ଠ ଓଏଏସ୍ କବିନ୍ଦ୍ର କୁମାର ସାହୁଙ୍କୁ ଅନ୍ୟତ୍ର ବଦଳି ହୋଇଛି । ଓଏଏସ୍ ସ୍ୱସ୍ତିକ ଜମାଦାରଙ୍କୁ ବୌଦ୍ଧ ଏନଏଏସିର କାର୍ଯ୍ୟନିର୍ବାହୀ ଅଫିସର, ମନୋଜ କୁମାର ତାଣ୍ଡିଙ୍କୁ ଗୁଣୁପୁରୁ ପୌର ପରିଷଦ, ଜୟସେନ ଧରୁଆଙ୍କୁ ଟିଟିଲାଗଡ଼ କାର୍ଯ୍ୟନିର୍ବାହୀ, ଚନ୍ଦ୍ରକାନ୍ତ ବେହେରାଙ୍କୁ ଧର୍ମଗଡ଼ ଏନଏଏସି, ସୁଜିତ୍ କୁମାର ଚୌଧୁରୀଙ୍କୁ ଫୁଲବାଣୀ ପୌର ପରିଷଦ, ପ୍ରମୋଦ କୁମାର ଖିଲୋଙ୍କୁ ପାରଳାଖେମୁଣ୍ଡି ପୌର ପରିଷଦ, ରାଜେଶ କୁମାର ମହାପାତ୍ରଙ୍କୁ ବାଲିମେଳା ଏନଏଏସି, ଦିଲ୍ଲୀପ କୁମାର ମହାନ୍ତିଙ୍କୁ ଝାରସୁଗୁଡ଼ା ମ୍ୟୁନିସପାଲଟିର କାର୍ଯ୍ୟନିର୍ବାହୀ ଭାବେ ବଦଳି ହୋଇଛି । ଦିଲ୍ଲୀପ କୁମାର ବିଶ୍ୱାଳ ଓ ପୂଜା ଲେଙ୍କାଙ୍କୁ କଟକ ଉନ୍ନୟନ ପ୍ରାଧିକରଣରେ କାର୍ଯ୍ୟ କରିବାକୁ ଅନୁମତି ଦିଆଯାଇଥିବାବେଳେ ପ୍ରମୋଦ କୁମାର ନାୟକଙ୍କୁ ଖଲ୍ଲିକୋଟ ଏନଏଏସି ଏବଂ କିରନ ବେହେରାଙ୍କୁ ସମ୍ବଲପୁର ମହାନଗର ନିଗମର ଆସିଷ୍ଟାଣ୍ଟ କମିଶନର ଭାବେ ବଦଳି ହୋଇଛି । ସେହିପରି ଜଗତସିଂହପୁର ମ୍ୟୁନିପାଲଟି ର କାର୍ଯ୍ୟନିର୍ବାହୀ ଅଧିକାରୀ ଅକ୍ଷୟ କୁମାର ବଡ଼ୁଙ୍କୁ ଭୁବନେଶ୍ୱର ମହାନଗର ନିଗମର ଆସିଷ୍ଟାଣ୍ଟ କମିଶନର ଭାବେ ବଦଳି ହୋଇଛି । ଏହି ସମସ୍ତ ଅଫିସରଙ୍କୁ ଆଜି ଅପରାହ୍ନରେ ବିଭାଗ ପକ୍ଷରୁ ସେଣ୍ଟ୍ରାଲୀ ରିଲିଭ୍ କରିଦିଆଯାଇଥିବା ଜଣାପଡ଼ିଛି । ପ୍ରଫୁଲ୍ଲ ସ୍ୱାଇଁଙ୍କୁ ପୁରୀ ପୌର ପରିଷଦର କାର୍ଯ୍ୟନିବାହୀ ଅଧିକାରୀ ଓ କବିନ୍ଦ୍ର ସାହୁଙ୍କୁ କଟକ ମହାନଗର ନିଗମର ଅତିରିକ୍ତ କମିଶନର ଭାବେ ବଦଳି ହୋଇଛି । କଟକ ଉନ୍ନୟନ ପ୍ରାଧିକରଣ(ସିଡିଏ)ର ପ୍ରଶାସନିକ ଅଧିକାରୀ ସଂଯୁକ୍ତା ସ୍ୱାଇଁଙ୍କୁ ବ୍ରହ୍ମପୁର ଉନ୍ନୟନ ପ୍ରାଧିକରଣର ପ୍ରଶାସନିକ ଅଫିସର, ପରିଶେ କୁମାର ନାୟକଙ୍କୁ ଭୁବନେଶ୍ୱର ଉନ୍ନୟନ ପ୍ରାଧିକରଣର ଏନଫୋର୍ସମେଂଟ ଅଫିସର, ସୁବ୍ରତ କୁମାର ବେହେରାଙ୍କୁ ବ୍ରହ୍ମପୁର ଉନ୍ନୟନ ପ୍ରାଧିକରଣର ଲ୍ୟାଣ୍ଡ ଅଫିସର ଭାବେ ବଦଳି ହୋଇଛି ।

Breaking News