Report Card Odisha

| Daily Odia News

ଆମର ଅପରାଧିକ ନ୍ୟାୟ ବ୍ୟବସ୍ଥା ନିଜେ ଏକ ଦଣ୍ଡ ହୋଇପାରେ:ସୁପ୍ରିମ୍‌କୋର୍ଟ….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

୩୦ ବର୍ଷ ପୂର୍ବେ ପତ୍ନୀଙ୍କୁ ଆତ୍ମହତ୍ୟା ପାଇଁ ବାଧ୍ୟ କରିଥିବା ଅଭିଯୋଗରେ ଗିରଫ ଜଣେ ବ୍ୟକ୍ତିଙ୍କୁ ଦୋଷମୁକ୍ତ କରିବା ବେଳେ ସୁପ୍ରିମ୍‌କୋର୍ଟ ଦୁଃଖ ପ୍ରକାଶ କରି କହିଛନ୍ତି ଯେ ଅପରାଧିକ ନ୍ୟାୟ ବ୍ୟବସ୍ଥା ନିଜେ ଦଣ୍ଡ ଭାବେ କାର୍ଯ୍ୟ କରିପାରେ। ବିଚାରପତି ଜେବି ପାର୍ଦିୱାଲା ଓ ଜଷ୍ଟିସ ମନୋଜ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଉକ୍ତ ବ୍ୟକ୍ତିଙ୍କୁ ଦୋଷମୁକ୍ତ କରି କହିଛନ୍ତି, ଆବେଦନକାରୀ ବିନା ପ୍ରମାଣରେ ୧୯୯୩ରୁ ୨୦୨୪ ପର୍ଯ୍ୟନ୍ତ ଅର୍ଥାତ୍ ପ୍ରାୟ ୩୦ ବର୍ଷ କଷ୍ଟ ଭୋଗ କରିଛନ୍ତି। ଏହାକୁ କୌଣସି ପ୍ରମାଣ ନ ଥିବା ମାମଲା ବୋଲି ଦର୍ଶାଇ ଖଣ୍ଡପୀଠ କହିଛନ୍ତି, ଆମର ଅପରାଧିକ ନ୍ୟାୟ ବ୍ୟବସ୍ଥା ନିଜେ ଏକ ଦଣ୍ଡ ହୋଇପାରେ। ଏହି ମାମଲାରେ ଠିକ୍ ସେମିତି ଘଟିଛି। ଆଇପିସିର ଧାରା ୩୦୬ (ଆତ୍ମହତ୍ୟା ପାଇଁ ପ୍ରୋତ୍ସାହନ) ଅନୁଯାୟୀ ଦଣ୍ଡିତ ଆବେଦନକାରୀଙ୍କୁ ନିର୍ଦ୍ଦୋଷ ବୋଲି ପ୍ରମାଣ କରିବା ପାଇଁ ଏହି ଅଦାଲତଙ୍କୁ ୧୦ ମିନିଟରୁ ଅଧିକ ସମୟ ଲାଗି ନ ଥିଲା। ଡିସେମ୍ବର ୨୦୦୮ରୁ ଏହି ମାମଲା ସର୍ବୋଚ୍ଚ ନ୍ୟାୟାଳୟରେ ବିଚାରାଧୀନ ରହିଥିଲା। ଏହା ଶେଷ ଥର ପାଇଁ ଜୁଲାଇ ୨୦୧୪ରେ ତାଲିକାଭୁକ୍ତ ହୋଇଥିଲା। ଏବେ ୫୦ ବର୍ଷ ବୟସ୍କ ଏହି ବ୍ୟକ୍ତି ୨୦୦୯ ମେ ମାସରୁ ଜାମିନରେ ଅଛନ୍ତି।

Breaking News