Report Card Odisha

| Daily Odia News

ଦୀପକ ଗୁପ୍ତାଙ୍କ ଘରେ ଇଡି ଚଢ଼ାଉ…..

ରିପୋର୍ଟ କାର୍ଡ / କେନ୍ଦୁଝର

ଦୀପକ ଗୁପ୍ତାଙ୍କର ବଡ଼ବିଲ ସ୍ଥିତ ଘର ଏବଂ କାର୍ଯ୍ୟାଳୟରେ ଇଡି ଚଢ଼ଉ କରିଛି । ଖଣି ଦୁର୍ନୀତି ସଂପର୍କୀତ ମାମଲାରେ ଏହି ଚଢ଼ଉ ହେଉଥିବା ସୂଚନା ମିଳିଛି। ଚଢ଼ଉ କରି ବିଭିନ୍ନ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଯାଞ୍ଚ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ସୂଚନା ଅନୁଯାୟୀ, ବଡ଼ବିଲରେ ଥିବା ମହାନ୍ତବସ୍ତି ରୋଡ଼୍ ସ୍ଥିତ ଦୀପକ ଗୁପ୍ତାଙ୍କର ଘର ଓ କାର୍ଯ୍ୟାଳୟରେ ଆଜି ସକାଳୁ ଇଡି ତରଫରୁ ଚଢ଼ଉ ଆରମ୍ଭ ହୋଇଥିଲା।ଉଲ୍ଲେଖ ଯୋଗ୍ୟ-ଉଲିବୁରୁ ଖଣିରେ ୧୮ଶହ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ହେବା ପରେ ୨୦୧୩ ମସିହା ସେପ୍ଟେମ୍ବରରେ ଦୀପକଙ୍କୁ ଗିରଫ କରିଥିଲା ଭିଜିଲାନ୍ସ।

 

Breaking News