Report Card Odisha

| Daily Odia News

ଛିଡି଼ଲା ଆସନ ଭାଗବାଣ୍ଟ ,ଉଦ୍ଧବ ୨୧, ୧୫ଟିରେ ଲଢ଼ିବ କଂଗ୍ରେସ….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତ ହୋଇଗଲେଣି ସମସ୍ତ ରାଜନୈତିକ ଦଳ। ଆରମ୍ଭ ହୋଇଗାଲାଣି ରଣନୀତି | ମହାରାଷ୍ଟ୍ରରେ ଲୋକସଭା ନିର୍ବାଚନ ପାଇଁ ଆସନ ଭାଗବଣ୍ଟା ଛିଣ୍ଡିଥିବା ଜଣାପଡିଛି। ସୂଚନା ମୁତାବକ, ଉଦ୍ଧବ ଠାକରେଙ୍କ ଶିବସେନା ୨୧, କଂଗ୍ରେସ ୧୫ ଓ ଏନ୍‌ସିପି ଶରଦ ପାଓ୍ୱାରଙ୍କୁ ୯, ବିବିଏକୁ ୨ ଓ ରାଜୁ ଶେଟ୍ଟୀଙ୍କ ସ୍ୱାଭିମାନୀ ଦଳକୁ ଗୋଟିଏ ସିଟ୍‌ ଦିଆଯାଇଥିବା ଜଣାପଡିଛି। ସେହିପରି ଶିବସେନା ୟୁବିଟି ମୁମ୍ବାଇର ୬ଟି ସିଟ୍ ମଧ୍ୟରୁ ୪ଟିରେ ପ୍ରତିଦ୍ୱନ୍ଦ୍ୱିତା କରିବ। ବଞ୍ଚିତ ବାହୁଜନ ଆଘାଡିକୁ ଶିବସେନା ୟୁବିଟି ନିଜ କୋଟାରେ ମୁମ୍ବାଇ ଉତ୍ତର ପୂର୍ବ ସିଟ୍ ଦେଇପାରେ। ତେବେ, ବର୍ତ୍ତମାନ ପର୍ଯ୍ୟନ୍ତ ଏହା ଆସନ ବାଣ୍ଟନର ଏକ ସମ୍ଭାବ୍ୟ ଫର୍ମୁଲା ଯାହା ଉପରେ ଏମ୍‌ଭିଏର ବରିଷ୍ଠ ନେତାମାନେ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରିବେ। ଶିବସେନା ୟୁବିଟି ନେତା ସଞ୍ଜୟ ରାଉତ କହିଛନ୍ତି, ମହାବିକାଶ ଅଘାଡି (ଏମ୍‌ଭିଏ) ମେଣ୍ଟର ସଦସ୍ୟମାନେ ଆସନ୍ତା ଲୋକସଭା ନିର୍ବାଚନ ପାଇଁ ମହାରାଷ୍ଟ୍ରରେ ଆସନ ଭାଗବଣ୍ଟାକୁ ନେଇ ସହମତି ପ୍ରକାଶ କରିଛନ୍ତି। ଖୁବ ଶୀଘ୍ର ଏନେଇ ଘୋଷଣା କରାଯିବ। ମୁମ୍ବାଇରେ କଂଗ୍ରେସ, ଏନ୍‌ସିପି (ଶରଦଚନ୍ଦ୍ର ପାୱାର) ଏବଂ ଶିବସେନା (ୟୁବିଟି) ର ବୈଠକ ପରେ ସେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ଏହି ସୂଚନା ଦେଇଛନ୍ତି। ଗୁରୁବାର ମହାରାଷ୍ଟ୍ରରେ ବିରୋଧୀ ମହା ବିକାଶ ଆଘାଡି (MVA) ନେତାଙ୍କ ଏକ ବୈଠକ ଶରଦ ପାୱାରଙ୍କ ଘରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ମହାରାଷ୍ଟ୍ରର ସମସ୍ତ ୪୮ଟି ଲୋକସଭା ଆସନ ବଣ୍ଟନ ଉପରେ ଆଲୋଚନା କରାଯାଇଥିଲା। କଂଗ୍ରେସ ବ୍ୟତୀତ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ଶିବସେନା (ୟୁବିଟି) ଏବଂ ଶରଦ ପାୱାରଙ୍କ ନେତୃତ୍ୱାଧୀନ ଏନସିପିର ଟପ୍‌ ନେତାମାନେ ଏହି ବୈଠକରେ ସାମିଲ ହୋଇଥିଲେ।

Breaking News