ରିପୋର୍ଟ କାର୍ଡ / ଭୁବନେଶ୍ୱର
ଲ’ ଅଫିସରଙ୍କ ଫି ୫୦% ’ ବୃଦ୍ଧି ହୋଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଅଦାଲତରେ ମକଦ୍ଦମା ପରିଚାଳନା କରୁଥିବା ନନ କ୍ୟାଡର ଲ’ ଅଫିସରଙ୍କ ଦୈନିକ ଓ ରିଟେନର ଫି’ ୫୦% ବୃଦ୍ଧି କରାଯାଇଛି। ଏହା ଦ୍ୱାରା ବିଭିନ୍ନ ଅଦାଲତରେ କାର୍ଯ୍ୟରତ ୧୨୧୫ ଜଣ ଲ’ ଅଫିସର ଉପକୃତ ହେବେ। ଏହି ବର୍ଦ୍ଧିତ ଫି’ ଅନୁଯାୟୀ କାର୍ଯ୍ୟରତ ୧୮୪ ଜଣ ଏପିପିମାନେ ଦୈନିକ ୧୨୫୦ ଟଙ୍କା ପାଉଥିବା ବେଳେ ଏବେ ଏହା ବୃଦ୍ଧି ହୋଇ ୧୮୭୫ ଟଙ୍କା ହୋଇଛି । ସେହିଭଳି ରିଟେନର ଫି’ ପୂର୍ବରୁ ୮୨୦୦ ଟଙ୍କା ପାଉଥିବା ବେଳେ ଏବେ ୧୨୩୦୦ ଟଙ୍କା ପାଇବେ। ସେହିଭଳି କାର୍ଯ୍ୟରତ ୭୪୦ ଜଣ ଆସିଷ୍ଟାଣ୍ଟ ପବ୍ଲିକ ପ୍ରସିକ୍ୟୁଟରମାନେ ପୂର୍ବରୁ ଦୈନିକ ଫି’ ୧୧୦୦ ଟଙ୍କା ପାଉଥିବା ବେଳେ ଏବେ ୧୬୫୦ ଟଙ୍କା ପାଇବେ। ରିଟେନର ଫି ପୂର୍ବରୁ ୪ ହଜାର ଟଙ୍କା ଥିବା ବେଳେ ଏବେ ୬ ହଜାର ଟଙ୍କାକୁ ବୃଦ୍ଧି ପାଇଛି। ସେହିଭଳି ୮୫ ଜଣ ଏସପିପିମାନେ ପୂର୍ବରୁ ଦୈନିକ ୧୨୫୦ ଟଙ୍କା ପାଉଥିବା ବେଳେ ଏବେ ୧୮୭୫ ଟଙ୍କା ପାଇବେ । ରିଟେନର ଫି ବାବଦକୁ ୮୨୦୦ ଟଙ୍କା ପାଉଥିବା ବେଳେ ଏବେ ୧୨୩୦୦ ଟଙ୍କା ପାଇବେ । ସେହିଭଳି କାର୍ଯ୍ୟରତ ୨୯ ଜଣ ସରକାରୀ ଓକିଲ ଏବଂ ୧୧୩ ଜଣ ସହକାରୀ ସରକାରୀ ଓକିଲ ପୂର୍ବରୁ ରିଟେନର ଫି’ ବାବଦକୁ ୮୨୦୦ ଟଙ୍କା ପାଉଥିବା ବେଳେ ଏବେ ୧୨୩୦୦ ଟଙ୍କା ପାଇବେ ।






More Stories
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..
ଛାତ୍ରୀଛାତ୍ରଙ୍କୁ ଟିପ୍ସ ଦେଲେ ମୋଦି…..