ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବେଙ୍ଗାଲୁରୁର ଏକ କେଫେରେ ଭୟଙ୍କର ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣରେ ୫ଜଣ ଗୁରୁତର ଆହତ ହୋଇଥିବା ସୂଚନାମିଳିଛି । ସୂଚନାଯୋଗ୍ୟ, ବେଙ୍ଗାଲୁରୁସ୍ଥିତ ରାମେଶ୍ବରମ କେଫେରେ ଗ୍ରାହକ ଭର୍ତ୍ତି ଥିଲେ। ତେବେ କେହି କିଛି ବୁଝିବା ପୂର୍ବରୁ କେଫେରେ ଭୟଙ୍କର ବିସ୍ଫୋରଣ ହୋଇଥିଲା। ତେବେ ଏହି ବିସ୍ଫୋରଣ କେଫେରେ ଥିବା ଏକ ବ୍ୟାଗରୁ ହୋଇଥିବା ଜଣାପଡ଼ିଛି। ପ୍ରତ୍ୟେକଦର୍ଶୀଙ୍କ କହିବାନୁସାରେ, କେଫେରେ ଥିବା ଏକ ବ୍ୟାଗରୁ ହଠାତ ନିଆ ବାହାରିବାରେ ଲାଗିଥିଲା। ଦେଖୁଦେଖୁ ଭୟଙ୍କର ଶବ୍ଦରେ ବିସ୍ଫୋରଣ ହୋଇଥିଲା। ଏହାପରେ କେଫେରେ ଥିବା କର୍ମଚାରୀ ଓ ଗ୍ରାହକ ଜୀବନବିକଳରେ ଯିଏ ଯେଉଁଆଡେ ପାଇଲେ ଦୌଡ଼ିଥିଲେ। ବିସ୍ଫୋରଣରେ ୫ଜଣଙ୍କ ଗୁରୁତର ହୋଇଥିଲେ। ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଡାକ୍ତର ଗୁରୁତରଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ କୌଣସି ପ୍ରକାର ସୂଚନା ଦେଇ ନଥିଲେ।
ଏହି ବିସ୍ଫୋରଣ ଘଟଣା ସମ୍ପର୍କରେ ଖବର ମିଳିବା ପରେ ଏଚଏଏଲ ପୋଲିସ ଟିମ ଘଟଣାସ୍ଥଳରେ ପହଞ୍ଚିବା ସହିତ ଡିସିପି ନିଜେ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରୁ ଛନ୍ତି।






More Stories
ଛାତ୍ରୀଛାତ୍ରଙ୍କୁ ଟିପ୍ସ ଦେଲେ ମୋଦି…..
କୋର୍ଟକୁ ବୋମା ଧମକ…..
ରେପୋ ରେଟରେ ଅପରିବର୍ତ୍ତିତ…..