ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ପୂର୍ବ ଦିଲ୍ଲୀର ବିଜେପି ସାଂସଦ ତଥା କ୍ରିକେଟର ଗୌତମ ଗମ୍ଭୀର ରାଜନୀତିରୁ ଅବସର ନେବାକୁ ନିଷ୍ପତି ନେଇଛନ୍ତି। ଏନେଇ ସୋସିଆଲ ମିଡ଼ିଆ ଏକ୍ସ ଆକାଉଣ୍ଟରେ ଟୁଇଟ୍ କରି କହିଛନ୍ତି। ନିଜକୁ ରାଜନୈତିକ ଦାୟିତ୍ୱରୁ ମୁକ୍ତ କରିବାକୁ ଚାହୁଁଛନ୍ତି ଗମ୍ଭୀର। ଏହି ଟୁଇଟ ପରେ ଗୌତମ ଗମ୍ଭୀର ଆଉ ଲୋକସଭା ନିର୍ବାଚନ ଲଢିବେ ନାହିଁ ବୋଲି ସ୍ପଷ୍ଟ ହୋଇଛି। ଟୁଇଟରେ ରାଜନୈତିକ ଦାୟିତ୍ୱରୁ ତାଙ୍କୁ ମୁକ୍ତ କରିବାକୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ କହିଛନ୍ତି। ଏହାସହିତ ଦଳରେ କାର୍ଯ୍ୟ କରିବାର ସୁଯୋଗ ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ୨୦୧୯ରେ ଗୌତମ ଗମ୍ଭୀର ବିଜେପିରେ ସାମିଲ ହେବା ସହ ପ୍ରଥମ ଥର ଲୋକସଭା ନିର୍ବାଚନ ଲଢି ଜିତିଥିଲେ ।






More Stories
ଜୀବନ ନେଉଛି SIR…..
ଆସନ୍ତାକାଲି ୧୧ଟା ପର୍ଯ୍ୟନ୍ତ ଗୃହ ମୁଲତବୀ…..
ଖଡଗେ-ନଡ୍ଡା ମୁହାଁମୁହିଁ…..