Report Card Odisha

| Daily Odia News

ପ୍ରଥମ ପର୍ଯ୍ୟାୟରେ ଆସୁଛନ୍ତି ୧୫ କଂପାନୀ CAPF….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ନିର୍ବାଚନ ପାଖେଇ ଆସୁଥିବା ବେଳେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଶାନ୍ତିଶୃଙ୍ଖଳା ତଥା ଅବାଧରେ କରିବା ନିମନ୍ତେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଏଥିନିମନ୍ତେ ସମଗ୍ର ଦେଶରେ ସେଣ୍ଟ୍ରାଲ ଆର୍ମଡ ଫୋର୍ସ ମୁତୟନ କରାଯାଉଛି। ଏହି ପରିପ୍ରେକ୍ଷୀରେ ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାକୁ ୭୫ କମ୍ପାନୀ ଫୋର୍ସ ଆଲର୍ଟ କରାଯାଇଛି। ସେଥି ମଧ୍ୟରୁ ଆଜି ଓଡ଼ିଶାରେ ୧୫ କଂପାନୀ CAPF ଫୋର୍ସ ପହଞ୍ଚିବେ। ସେମାନଙ୍କୁ ୧୫ ଜିଲ୍ଲାରେ ମୁତୟନ କରାଯିବ । କିଛି ଦିନ ମଧ୍ୟରେ ଆଉ ୬୦ କମ୍ପାନୀ ଫୋର୍ସ ପହଞ୍ଚିବେ ବୋଲି କହିଛନ୍ତି ଆଇନ ଶୃଙ୍ଖଳା ଏଡିଜି ସଞ୍ଜୟ କୁମାର । ପରିସ୍ଥିତି ଦେଖି ଫୋର୍ସ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ସେ କହିଛନ୍ତି । ଓଡ଼ିଶା ପାଇଁ ୭୫ କମ୍ପାନୀ ଫୋର୍ସ ନିୟୋଜିତ ହେବେ। ସେଥିମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୧୫ କମ୍ପାନୀ ଓଡ଼ିଶା ଆସିଛନ୍ତି। ସେମାନଙ୍କୁ ବ୍ରହ୍ମପୁର, ଅନୁଗୁଳ, ବାଲେଶ୍ୱର, ସମ୍ବଲପୁର, ଗଞ୍ଜାମ, କଟକ, ଖୋର୍ଦ୍ଧା, ଭୁବନେଶ୍ୱର ଆଦି ୧୫ଟି ଜିଲ୍ଲାରେ ନିୟୋଜିତ କରାଯିବ । ଏହାପରେ ୬୦ କମ୍ପାନୀ ଫୋର୍ସ ଆସି ପହଞ୍ଚିବେ। ସେମାନଙ୍କୁ ସମ୍ବେଦନଶୀଳ, ଅତି ସମ୍ବେଦନଶୀଳ ଓ ନକ୍ସଲ ପ୍ରବଣ ଅଞ୍ଚଳରେ ମୁତୟନ କରାଯିବ । ଓଡ଼ିଶାର ୧୦ଟି ଜିଲ୍ଲାରେ ନକ୍ସଲପ୍ରବଣ ହୋଇଥିବା ବେଳେ ସେଠାରେ ଅଧିକାଂଶ ସମୟରେ ନକ୍ସଲମାନେ ହିଂସାକାଣ୍ଡ ଘଟାଉଛନ୍ତି। ଛତିଶଗଡ଼ର ନକ୍ସଲ ମଧ୍ୟ ଓଡ଼ିଶାରେ ପ୍ରବେଶ କରି ବିଭିନ୍ନ ହିଂସାତ୍ମକ କାର୍ଯ୍ୟକଳାପ ଘଟାଉଛନ୍ତି। ତେଣୁ ନିର୍ବାଚନ ସମୟରେ ସେମାନେ ଯେପରି ଓଡ଼ିଶାରେ ପ୍ରବେଶ କରି ନ ପାରିବେ ସେ ଦିଗରେ ତୀକ୍ଷଣ ଦୃଷ୍ଟି ଦିଆଯିବ । ଆଇନ ଶୃଙ୍ଖଳା ଏଡିଜି ସଞ୍ଜୟ କୁମାର କହିଛନ୍ତି, ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାକୁ ୭୫ କମ୍ପାନୀ CAPF ଆସିବେ। ସେଥି ମଧ୍ୟରୁ ୧୫ କମ୍ପାନୀ ଆଜି ସନ୍ଧ୍ୟା ସୁଦ୍ଧା ପହଞ୍ଚିବେ। ସେମାନଙ୍କ ମଧ୍ୟରୁ କିଛି ଗତକାଲି ସନ୍ଧ୍ୟା ସୁଦ୍ଧା ପହଞ୍ଚି ସାରିଛନ୍ତି। ଏହାପରେ ଆଉ ୬୦ କମ୍ପାନୀ ଓଡ଼ିଶାରେ ପହଞ୍ଚିବେ । ସେମାନଙ୍କ ମଦ୍ୟରୁ ବହୁ ଯବାନ ନକ୍ସଲ ପ୍ରବଣ ଜିଲ୍ଲାରେ ମୁତୟନ ଥିଲେ। କେଉଁଠି କେତେ ଫୋର୍ସ ମୁତୟନ ହେବେ ମୁଖ୍ୟ ନିର୍ବାଚନ କମିଶନର ନିଷ୍ପତ୍ତି ନେବେ । ଏହାପରେ ଦ୍ୱିତୀୟ ପର୍ଯ୍ୟାୟରେ ନିର୍ବାଚନ ପାଇଁ ଆହୁରି କିଛି କମ୍ପାନୀ ଓଡ଼ିଶାରେ ଆସି ପହଞ୍ଚିବେ।

Breaking News