ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ରାଜ୍ୟ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବ। ସନ୍ଧ୍ୟା ସାଢ଼େ ୬ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ କ୍ୟାବିନେଟ ବୈଠକ | ଉକ୍ତ ବୈଠକରେ ସ୍ବାସ୍ଥ୍ୟ, ରାଜସ୍ବ, ସାଧାରଣ ପ୍ରଶାସନ ଭଳି ବିଭିନ୍ନ ବିଭାଗର ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ବାଜିବ। ଆଗକୁ ସାଧାରଣ ନିର୍ବାଚନ ଆସୁଛି। ଏହାପୂର୍ବରୁ ଓଡ଼ିଶାର ସବୁ ବର୍ଗଙ୍କ ବିକାଶକୁ ଗୁରୁତ୍ବ ଦେଇ ବହୁ ଯୋଜନା ଜନ୍ମ ନେବ ଏବଂ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ସରକାର ନେଇପାରନ୍ତି ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ, ରାଜ୍ୟ ସରକାରଙ୍କ ପକ୍ଷରୁ ନିକଟରେ ଘୋଷଣା ହୋଇଥିବା ଆଶାକର୍ମୀ, ବାହ୍ୟଠିକା କର୍ମଚାରୀଙ୍କ ପ୍ରୋତ୍ସାହନ ରାଶି ବୃଦ୍ଧି ସଂକ୍ରାନ୍ତୀୟ ପ୍ରସ୍ତାବ କ୍ୟାବିନେଟରେ ଆସିବ।






More Stories
ଅଥର୍ବ ବେଦରେ ଲୋକଙ୍କ ହିତ ପାଇଁ ମନ୍ତ୍ର ଚିକିତ୍ସା ଆଲୋଚନା…..
ପ୍ଲାଟିନମ୍ ଉପାଦାନ ଉତ୍ତୋଳନ ସଫଳ…..
ରୁପା ଆମଦାନୀ ଉପରେ କଟକଣା……