ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ହରିୟାଣା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ମନୋହର ଲାଲ ଖଟ୍ଟର। ସେ ଆଜି ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ଦେଇଛନ୍ତି। ଖଟ୍ଟରଙ୍କ ସମେତ ତାଙ୍କ କ୍ୟାବିନେଟର ଏକାଧିକ ମନ୍ତ୍ରୀ ମଧ୍ୟ ଇସ୍ତଫା ଦେଇଛନ୍ତି | ମୁଖ୍ୟମନ୍ତ୍ରୀଙ୍କ ସମେତ ଏକାଧିକ ମନ୍ତ୍ରୀଙ୍କ ଇସ୍ତଫା ପରେ ହରିଆଣାରେ ବିଜେପି-ଜେଜେପି ମେଣ୍ଟ ଭାଙ୍ଗିଯିବା ଚର୍ଚ୍ଚା ହେଉଛି । ତେବେ ରାଜ୍ୟରେ ଖୁବ୍ ଶୀଘ୍ର ନୂଆ ସରକାର ଗଠନ ହୋଇପାରେ। ସୂଚନା ଅନୁସାରେ, ରାଜ୍ୟରେ ବିଜେପି ଓ ଜେଜପି ମଧ୍ୟରେ ଥିବା ମେଣ୍ଟ ସରକାର ଭାଙ୍ଗି ଯାଇପାରେ। ବିଜେପି, ସ୍ୱାଧୀନ ବିଧାୟକଙ୍କ ସହଯୋଗରେ ସରକାର ଗଠନ ପାଇଁ ରଣନୀତି ପ୍ରସ୍ତୁତି କରୁଛି। ଯଦି ବିଜେପି ସରକାର ଗଠନ କରେ, ତେବେ ନାୟବ ସୈନୀ କିମ୍ବା ସଞ୍ଜୟ ଭାଟିଆ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି। ମନୋହର ଲାଲ ଖଟ୍ଟର କରନାଲ ଆସନରୁ ଲୋକସଭା ନିର୍ବାଚନ ଲଢିବା ନେଇ ଚର୍ଚ୍ଚା ହେଉଛି।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..